ଇତିହାସ ରଚିଲେ ହିମା ଦାସ
ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଆଥ୍ଲେଟ୍ ହିମା ଦାସ। ଅନ୍ତର୍ଜାତୀୟ ଆଥ୍ଲେଟିକ୍ ଚାମ୍ପିଆନସିପ୍ରେ ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ସ୍ୱର୍ଣ୍ଣ ପଦକ। ଫିନ୍ଲାଣ୍ଡରେ ଚାଲିଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍ଲେଟିକ୍ ଚାମ୍ପିଆନସିପ୍ର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ହିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
୧୮ ବର୍ଷିୟ ହିମା ୪୦୦ ମିଟର ଦୌଡ଼କୁ ୫୧.୪୬ ସେକେଣ୍ଡରେ ପୁରା କରିଥିଲେ। ଏହା ସହ ସେ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ସହ ସମକକ୍ଷ ହୋଇଛନ୍ତି। ପୂର୍ବରୁ ୨୦୧୬ ପୋଲାଣ୍ଡରେ ହୋଇଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍ଲେଟିକ୍ ଚାମ୍ପିଆନସିପ୍ରେ ନୀରଜ ଚୋପ୍ରା ଜାଭିଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ରନିଂ ଟ୍ରାକ୍ରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ହିମା।