ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତର ସ୍ୱର୍ଣ୍ଣିମ ଇତିହାସ

ଚାମ୍ପିୟନଶିପ୍‌ର ସମସ୍ତ ୭ଟି ସ୍ୱର୍ଣ୍ଣ ପଦକ ଭାରତ ଖାତାରେ

କଟକ  : କଟକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତାରେ ଭାରତ ରଚିଲା ସ୍ୱର୍ଣ୍ଣିମ ଇତିହାସ। ଚାମ୍ପିୟନଶିପର ସମସ୍ତ ୭ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ।

ଆଜି ଶେଷ ଦିନରେ ପୁରୁଷ ଓ ମହିଳା ବିଭାଗର ଉଭୟ ସିଙ୍ଗିଲ୍ସ ଓ ଡବଲ୍ସରେ ସ୍ୱର୍ଣ୍ଣ ଜିତିଛି ଟିମ୍ ଇଣ୍ଡିଆ। ପୁରୁଷ ସିଙ୍ଗଲସରେ ହରମିତ ଦେଶାଇ ଓ ମହିଳା ସିଙ୍ଗିଲ୍ସରେ ଅହିକା ମୁଖାର୍ଜୀ ଚାମ୍ପିୟାନ ହୋଇଛନ୍ତି।

ପୂର୍ବରୁ  ଉଭୟ ପୁରଷ ଓ ମହିଳା ଡବଲ୍ସରେ ୨ଟି ସ୍ୱର୍ଣ୍ଣ କବ୍‌ଜା କରିଥିଲେ ଭାରତୀୟ ଖେଳାଳି। ପୁରୁଷ ଡବଲ୍ସରେ ମାନଭ ଠାକ୍କର ଓ ଆନ୍ଥୋନୀ ଅମଲରାଜ ଏବଂ ମହିଳା ଡବଲ୍ସ ବର୍ଗରେ ପୂଜା ସହସ୍ରବୁଦ୍ଧେ ଓ କ୍ରିତ୍ତ୍ୱିକା ସିହ୍ନା ସ୍ୱର୍ଣ୍ଣ ହାସଲ କରିଥିଲେ।

ଚାମ୍ପିୟନଶିପରେ ଭାରତ ୭ ସ୍ୱର୍ଣ୍ଣ, ୫ ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଛି।

ଆଜି ସନ୍ଧ୍ୟାରେ କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।

ଆହୁରି ପଢ଼ନ୍ତୁ

ଖେଳ ରତ୍ନ ଆୱାର୍ଡ ପାଇଁ ରାଣୀ ରାମପାଲଙ୍କ ନାଁ ସୁପାରିଶ

ବାପା ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ରୋହିତଙ୍କ ନାଁ ସୁପାରିଶ କଲା ବିସିସିଆଇ

ଅଧିକ ଆୟ କରୁଥିବା ଖେଳାଳିଙ୍କ ତାଲିକାରେ ଏକମାତ୍ର କ୍ରିକେଟର୍‌ ଭାବେ ସ୍ଥାନ ପାଇଲେ ବିରାଟ

ସାଂସଦ ଗୌତମ ଗମ୍ଭୀର ବାପାଙ୍କ ଗାଡି ଚୋରି

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ କାର୍ଯ୍ୟସୂଚୀ ୨୦-୨୧ ଘୋଷଣା

ଅବସର ନେଇ ଧୋନିଙ୍କୁ କେହି ନିର୍ଦ୍ଦେଶ ଦେବା ଉଚିତ୍‌ ନୁହେଁ: ଗ୍ୟାରୀ କିର୍ଷ୍ଟେନ

ଆଉ ନାହାନ୍ତି ହକି ଜଗତର ଉଜ୍ଜ୍ୱଳ ତାରକା ବଲବୀର ସିଂହ

ଲକ୍‌ଡାଉନ୍‌ରେ ଧୋନିଙ୍କ ନୂଆ ଲୁକ୍‌

ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ

ଋଷିଙ୍କ ଦେହାନ୍ତରେ ମର୍ମାହତ ପାକ୍ କ୍ରିକେଟର୍ : ୱକାର କହିଲେ, ହୃଦୟ ଭାଙ୍ଗିଗଲା

ଦିଲ୍ଲୀରୁ ଯାଜପୁର ଆସିପାରିଲାନି ମୃତଦେହ: ଏହି ଓଡ଼ିଆ ମହିଳାଙ୍କ ଶବସତ୍କାର କଲେ ଗୌତମ ଗମ୍ଭୀର

You might also like