ଖେଳ ସାଙ୍ଗକୁ ଷ୍ଟାଇଲ୍‌ରେ ବି ମାହିର୍‌ ଏହି କ୍ରିକେଟର୍, ଦେଖନ୍ତୁ ତାଙ୍କ ଅବତାର

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଜଣେ ଭରସା ଯୋଗ୍ୟ ଖେଳାଳି ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଡାହାଣ ହାତି ବ୍ୟାଟ୍ସମ୍ୟାନ ଜଣଙ୍କ ବିଭିନ୍ନ ସମୟରେ ତାଙ୍କ ବ୍ୟାଟ୍‌ର ଯାଦୁ ଦେଖାଇସାରିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜର ତୃତାୟ ମ୍ୟାଚ୍‌ ଜିତିବାରେ ମଧ୍ୟ  ପାଣ୍ଡ୍ୟା ଏକ ବଡ଼ ଭୂମିକା ନିଭାଇଥିଲେ।

ଅନ୍ୟପଟେ ଦେଖିବାକୁ ଗଲେ ପାଣ୍ଡ୍ୟା ତାଙ୍କ ଖେଳ ପାଇଁ ଯେତିକି ଚର୍ଚ୍ଚିତ, ସେମିତି ତାଙ୍କ ନିଆରା ଷ୍ଟାଇଲ୍‌ ବି ଫ୍ୟାନ୍‌ମାନଙ୍କ ପାଖରେ ପରିଚିତ। ନୂଆ ପୋଷାକ ସହିତ ଭିନ୍ନ ଧରଣର ହେୟାର ଷ୍ଟାଇଲ୍‌ କରୁଥିବା ଏହି ପ୍ଲେୟାର ଜଣଙ୍କ ସର୍ବଦା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାନ୍ତି।

ସେ ତାଙ୍କ ନିଆରା ଲୁକ୍‌ ଦେବାରେ ଇଂଲଣ୍ଡରେ ବି ପଛରେ ପଡିଯାଇନାହାନ୍ତି। ଇଂଲଣ୍ଡ ଗସ୍ତ କରିଥିବା ପାଣ୍ଡ୍ୟା ସମୟ ପାଇଲା ମାତ୍ରେ ବୁଲାବୁଲି କରିବା ସହିତ ମସ୍ତି କରୁଛନ୍ତି। ଆଉ ଫଟୋ ଗୁଡ଼ିକ ମଧ୍ୟ ପ୍ରଶଂସକମାନଙ୍କ ପାଇଁ ସୋଶାଲ୍ ସାଇଟରେ ଛାଡ଼ୁଛନ୍ତି।

ସେମିତି ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡ୍ୟା ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦେଖାଯାଉଛି ସେ ବିଭିନ୍ନ ଦାମୀ ଜିନିଷ ପିନ୍ଧିଛନ୍ତି ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ବିଭିନ୍ନ ମଜାଦାର୍‌ କମେଣ୍ଟ କରିଛନ୍ତି। କେହ କେହି ତାଙ୍କୁ ଇଣ୍ଡିଆର କ୍ରିଶ୍‌ ଗେଲ୍‌ ବୋଲି କହିଥିବାବେଳେ ଆଉ କେହି ତାଙ୍କୁ ଷ୍ଟାଇଲ୍‌ର ବସ୍ ବୋଲି କହିଛନ୍ତି। 

You might also like