ପାଣ୍ଡ୍ୟାଙ୍କ ଖେଳ ଦେଖି ଏମିତି କହିଲେ ବିରାଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ପାଣ୍ଡ୍ୟା ଭାରତୀୟ ଦଳ ପାଇଁ ଜଣେ ଭଲ ମ୍ୟାଚ୍ ଫିନିସର୍ ହେବାକୁ ଯାଉଥିବା ସେ କହିଛନ୍ତି।
ଏହା ସହିତ ପଣ୍ଡ୍ୟା ଅଲ୍ରାଉଣ୍ଡର ହେବା ସହ ଜଣେ ଭଲ ଫିନିସର୍ ହୋଇପାରିଲେ ଯେ କୌଣସି ପରିସ୍ଥିତିରେ ବି ଭାରତକୁ ମ୍ୟାଚ୍ ଜିତିବାରେ ଏହା ସହାୟକ ହେବ ବୋଲି କୋହଲି କହିଛନ୍ତି। ପାଣ୍ଡ୍ୟା ହୁଏତ ବୋଲିଂ ବେଳେ ଠିକ୍ରେ ଖେଳି ନପାରନ୍ତି, କିନ୍ତୁ ବ୍ୟାଟିଂ ବେଳେ ସେ ଦଳ ପାଇଁ ଜୀବନ ଲଗାଇ ଖେଳନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ସିଡ୍ନୀ କ୍ରିକେଟ୍ ଗ୍ରଉଣ୍ଡରେ ଗତ ରବିବାର ଖେଳାଯାଇଥିବା ଟି-୨୦ ସିରିଜ୍ରେ ପାଣ୍ଡ୍ୟା ୨୨ ବଲ୍ରେ ୪୨ ରନ୍ କରି ଭାରତକୁ ଅଷ୍ଟ୍ରେଲିଆଠାରୁ ମ୍ୟାଚ୍ ଛଡ଼ାଇ ଆଣିବାରେ ସାହାୟକ ହୋଇଥିଲେ। ତାଙ୍କର ବିସ୍ଫୋରକ ୪୨ ରନ୍ ଫଳରେ ଭାରତ ୬ଟି ୱିକେଟ୍ରେ ବିଜୟୀ ହୋଇଥିଲା। ଏହା ସହିତ ତିନୋଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଭାରତ ୨-୦ରେ ଆଗୁଆ ରହିଛି।
ଗତକାଲିର ମ୍ୟାଚ୍ ପରେ କୋହଲି କହିଥିଲେ ଯେ ପାଣ୍ଡ୍ୟାଙ୍କୁ ତାଙ୍କର ଖେଳିବାର କ୍ଷମତା ଦେଖି ଦଳରେ ସାମିଲ୍ କରାଯାଇଥିଲା। ସେ ଜଣେ ଧୁରନ୍ଧର ଏବଂ ପ୍ରତିଭାବାନ୍ ଖେଳାଳୀ। ନିଜକୁ ଜଣେ ଫିନିସର୍ ଭାବେ ଗଢ଼ିବାର ସମୟ ତାଙ୍କପାଇଁ ଆସିଯାଇଛି ଏବଂ ସେ ଏହାର ଉପଯୋଗ କରିବା ଉଚିତ୍।