ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ହାର୍ଦ୍ଦିକ୍‌ ଓ ରାହୁଲ୍

କାରଣ ଦର୍ଶାଅ ନୋଟିସ୍‌ ଜାରି କରି ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଲା ବିସିସିଆଇ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ରିଏଲିଟି ଶୋ ‘କଫି ଓ୍ୱିଥ୍ କରଣ’ରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଯାଇଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା।

କାର୍ଯ୍ୟକ୍ରମରେ ହାର୍ଦ୍ଦିକ୍‌ ମହିଳାମାନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଛି। ‘ଶୋ’ରେ ହାର୍ଦ୍ଦିକଙ୍କ ମନ୍ତବ୍ୟ ପରେ କ୍ରିକେଟର୍ କେ.ଏଲ. ରାହୁଲ ଓ କରଣ ଜୋହର ହସୁଥିବା ଦେଖାଯାଇଥିଲା।

ଏନେଇ ସୋସିଆଲ୍‌ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କ୍ଷମା ମାଗିଛନ୍ତି ହାର୍ଦ୍ଦିକ। ମହିଳାମାନଙ୍କୁ ଅସମ୍ମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ହାର୍ଦ୍ଦିକ ଟ୍ୱିଟ୍ କରିଛନ୍ତି।

ଏ ପ୍ରସଙ୍ଗରେ ବିସିସିଆଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ. ରାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କୁ ଏଥିପାଇଁ ୨୪ଘଣ୍ଟା ସମୟ ଦିଆଯାଇଛି।  ଅନ୍ୟପକ୍ଷରେ ରିଏଲିଟି ଟିଭି ଶୋରେ କ୍ରିକେଟରଙ୍କ ଭାଗନେବା ଉପରେ କଟକଣା ଜାରି କରାଯିବା ପାଇଁ ବିସିସିଆଇ ପକ୍ଷରୁ ପ୍ରସ୍ତାବ ରହିଥିବା ସୂଚନା ମିଳିଛି।

 

You might also like