ବାପା ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସର୍ବିଆ ସୁନ୍ଦରୀ ଗର୍ଲଫ୍ରେଣ୍ଡ ନତାସାଙ୍କ ସହିତ ତାଙ୍କର ବାହାଘର ହୋଇଛି। ବାହାଘର ଫଟୋ ସୋସିଆଲ୍ ମିଡିଆରେ ଉଭୟେ ଅପ୍‌ଲୋଡ୍ କରିବା ପରେ ଫ୍ୟାନ୍‌ ଓ ବନ୍ଧୁଙ୍କ ତରଫରୁ ଛୁଟିଛି ଶୁଭେଚ୍ଛାର ସୁଅ।

କେବଳ ସେତିକି ନୁହେଁ, ଟିମ୍ ଇଣ୍ଡିଆର ଏହି ଅଲ୍‌ରାଉଣ୍ଡର ବାପା ହେବାକୁ ଯାଉଛନ୍ତି। ଏନେଇ ରବିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପତ୍ନି ନତାସା ଷ୍ଟାନକୋଭିକ୍‌ଙ୍କ ସହିତ ଏକ ଫଟୋ ଶେୟାର୍‌ କରି ସୂଚନା ଦେଇଛନ୍ତି।

ଜାନୁଆରୀ ୧ ତାରିଖରେ ହାର୍ଦ୍ଦିକ ଓ ନତାସାଙ୍କର ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧର ୫ ମାସ ପରେ ଏବେ ନୂଆ ଅତିଥିକୁ ସ୍ୱାଗତ କରିବା ଅପେକ୍ଷାରେ ଏହି ଷ୍ଟାର୍ ଦମ୍ପତ୍ତି। ଇନ୍‌ଷ୍ଟାରେ ଫଟୋ ପୋଷ୍ଟ କରି ନୂଆ ଅତିଥିର ସୂଚନା ଦେବା ସହିତ ଜନ୍ମ ହେବାକୁ ନିଜ ସନ୍ତାନ ପାଇଁ ଆଶୀର୍ବାଦ ମାଗିଛନ୍ତି।

ଏହାପରଠାରୁ ହାର୍ଦିକ୍‌ଙ୍କ ପାଖକୁ କ୍ରିକେଟ୍‌ ଷ୍ଟାର୍‌ଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍‌ମାନଙ୍କର ଶୁଭେଚ୍ଛାର ସୁଅ ଛୁଟିଛି। ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି, ୟଜୁଭେନ୍ଦ୍ର ଚହଲ ହାର୍ଦ୍ଦିକ ଓ ତାଙ୍କ ନୂଆ ଅତିଥିଙ୍କ ପାଇଁ ଶୁଭକାମନା ଜଣାଇଛନ୍ତି। ତେବେ ଲକ୍‌ଡାଉନ୍‌ରେ ପାଣ୍ଡ୍ୟାଙ୍କ ସିକ୍ରେଟ୍‌ ବାହାଘରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଫ୍ୟାନ୍। ହଠାତ୍‌ ପାଣ୍ଡ୍ୟା କେବେ ବାହା ହେଲେ ବୋଲି ଫ୍ୟାନ୍‌ଙ୍କ ମୁହଁରେ ଚର୍ଚ୍ଚା ଥମୁନି।

ଆହୁରି ପଢ଼ନ୍ତୁ

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

You might also like