ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଆସ୍ଥା ବଢ଼ାଉଛି ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର (ପ୍ରଦୀପ ଭାରତୀ): କପିଳଦେବଙ୍କ ପରେ ଭାରତୀୟ କ୍ରିକେଟ୍‌ ଦଳରେ ଭଲ ଅଲ୍‌ରାଉଣ୍ଡରଙ୍କ ଅଭାବ ଦୀର୍ଘ ଦିନ ଧରି ରହି ଆସିଛି । ମନୋଜ ପ୍ରଭାକର, ଜଭଗଲ ଶ୍ରୀନାଥ, ଇର୍ଫାନ୍ ପଠାନ୍, ଅଜିତ୍‌ ଅଗରକରଙ୍କ ପରି ମିଡିୟମ୍‌ ପେସର ଖେଳାଳି କିଛି ଦିନ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଦୀର୍ଘ ସମୟ ପାଇଁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ବିରାଟ ବାହିନୀର ଆଙ୍ଗ୍ରି ୟଂଗ୍‌ମ୍ୟାନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବହୁ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି କ୍ରିକେଟ୍‌ ପଣ୍ଡିତମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଦଷିଣ ଆଫ୍ରିକାର ଜାକ୍ସ କାଲିସ୍‌ଙ୍କୁ ରୋଲ୍‌ ମଡେଲ ଭାବେ ଧରି ନେଇଛନ୍ତି ପାଣ୍ଡ୍ୟା । ୨୦୧୬ରେ ଭାରତ ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କ ଡେବ୍ୟୁ ମ୍ୟାଚ୍‌ ଖେଳିବା ପରେ ସେ ଜାକ୍ସ କାଲିସ୍‌ଙ୍କ ଫ୍ୟାନ୍‌ ବୋଲି କହିଥିଲେ । ପାଣ୍ଡ୍ୟା କହିଥିଲେ କାଲିସ୍‌ଙ୍କ ଭଳି ହେବାପାଇଁ ହେଲେ ବିଭିନ୍ନ ପ୍ରତିବନ୍ଧକ ଆସିପାରେ। hardik 2

ପାଣ୍ଡ୍ୟାଙ୍କ ବିଶେଷତ୍ତ୍ୱ ହେଉଛି, ସେ ସର୍ବଦା ତାଙ୍କ କ୍ଷମତା ଉପରେ ବିଶ୍ୱାସ କରନ୍ତି। ୨୦୧୬ ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ପାଣ୍ଡ୍ୟ। ଏବେ ବି ସେ ଜଣେ ଭଲ ଅଲରାଉଣ୍ଡର ହେବା ଲକ୍ଷ୍ୟରେ ନିଜର ଖେଳ ଜାରି ରଖିଛନ୍ତି। ବିଶେଷ କରି ତାଙ୍କର ବୋଲିଂ ଶାଣିତ ହେବାର ନଜର ଆସୁଛି, ଯାହାକି ନିକଟରେ ଦେଖିବାକୁ ମିଳିଥିଲା। ରବିବାର ବ୍ରିଷ୍ଟଲରେ ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତୀୟ ବୋଲିଂ ଲାଇନ୍‌ ଆଗରେ ଇଂଲଣ୍ଡର ବ୍ୟାଟିଂ ଭାରି ପଡ଼ିଥିଲା। ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ପରେ ଯଶପ୍ରୀତ୍‌ ବୁମ୍‌ରା ଟିମ୍‌ରୁ ବାହାରିଗଲେ। ଟିମ୍‌ ଚୟନକୁ ଦେଖିଲେ ଜଣା ପଡ଼ୁଥିଲା ଭୁବନେଶ୍ୱର କୁମାର ହିଁ ପଛକୁ ଥିଲେ। ସେହପରି ଦୀପକ ଚହର ଭାରତ ପକ୍ଷରୁ ତାଙ୍କର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିଲେ। ଏପଟେ ଅତିରିକ୍ତ ପେସ୍‌ ବୋଲର ଭାବେ ସିଦ୍ଧାର୍ଥ କୌଲଙ୍କୁ ଦଳରେ ଚୟନ କରାଯାଇଥିଲା। ଏହାରି ଭିତରେ ପାଣ୍ଡ୍ୟାଙ୍କ ଟି-ଟ୍ୱେଣ୍ଟି ଅନୁଭବକୁ ଦେଖି ତାଙ୍କୁ ଦଳରେ ଗୁରୁତ୍ୱ ଦିଆଗଲା।hardik 3

ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଇଂଲିସ୍‌ ବ୍ୟାଟ୍ସମ୍ୟାନଙ୍କ ଆଗରେ ଭାରତୀୟ ବୋଲରମାନେ ପ୍ରଥମରୁ ତିଷ୍ଠି ପାରିନଥିଲେ। ଦଳ ମାତ୍ର ୫ ଓଭରରେ ୫୧ ରନ୍‌ କରିଥିଲା। ଯାହକି ପ୍ରଥମରୁ ଭାରତ ପାଇଁ ଏକ ବୋଝ ହୋଇଯାଇଥିଲା। ଏମିତିକି ଯେତେବେଳେ ପାଣ୍ଡ୍ୟା ବୋଲିଂ କରିବାକୁ ଆସିଲେ । ଜେସନ ରୟ ତାଙ୍କ ଓଭରରେ ୨ ଟି ଚୌକା ୨ଟି ଛକା ମାରିଥିଲେ। ଏହି ଓଭରରେ ସେ ମୋଟ୍‌ ୨୨ ରନ ଦେଇଥିଲେ। ଏମିତି ବୋଲିଂ ପରେ କେହି କଳ୍ପନା କରିନଥିବେ କି ସେ ଏହି ମ୍ୟାଚ୍‌ରେ କମ୍‌ ବ୍ୟାକ୍‌ କରିବେ । କିନ୍ତୁ ସେ ତାଙ୍କର ଟି-ଟ୍ୱେଣ୍ଟି କ୍ୟାରିୟରେରେ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କଲେ । ସମସ୍ତଙ୍କୁ ଭୁଲ୍‌ ପ୍ରମାଣିତ କରି ୪ ଓଭରରେ ୩୮ ରନ୍‌ ଦେଇ ୪ ଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ ପାଣ୍ଡ୍ୟା।Britain Cricket India England

ଅନୁଭବୀ ବୋଲରମାନଙ୍କ ଅନୁପସ୍ଥିତିରେ ଉତ୍ତମ ଖେଳ ପ୍ରଦର୍ଶନ କରି ସେ ଯେଉଁଭଳି ଭାବେ ଟିମ୍‌କୁ ଜିତାଇବାରେ ପ୍ରମୁଖ ଦାୟିତ୍ୱ ନେଲେ ତାହା  ପ୍ରଶଂସନୀୟ। କେବଳ ରବିବାର ମ୍ୟାଚ ନୁହେଁ, ପ୍ରଥମ ମ୍ୟାଚ୍‌ରେ ସେ ୪ ଓଭରରେ ୩୩ ରନ ଦେଇ ୧ ୱିକେଟ ନେଇଥିବାବେଳ ଦ୍ୱିତୀୟ ମ୍ୟାଚ୍‌ରେ ୪ ଓଭରରେ ୨୮ ରନ୍‌ ଦେଇ ଗୋଟିଏ ୱିକେଟ ନେଇଥିଲେ।

ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ସେ ତାଙ୍କ ବୋଲିଂ ପାଇଁ ଯେମିତି ଭରସା ଯୋଗ୍ୟ ବୋଲର ହୋଇପାରିଛନ୍ତି, ସେମିତି ବ୍ୟାଟ୍ସମ୍ୟାନ ଭାବେ ମଧ୍ୟ ତାଙ୍କର ଛାପ ଛାଡ଼ିଛନ୍ତି। ସେହି ମ୍ୟାଚ୍‌ରେ ସେ ମାତ୍ର ୧୪ ବଲ୍‌ରୁ ୩୩ ରନ୍‌ କରି ପଡ଼ିଆରେ ବିସ୍ଫୋରଣ ସୃଷ୍ଟି କରିଥିଲେ ।

ଏହା ଛଡ଼ା ଆଇପିଏଲରେ ମଧ୍ୟ ସେ ସମସ୍ତଙ୍କ ନଜରରେ ରହୁଛନ୍ତି। ଗତ ଆଇପିଏଲରେ ସେ ୧୩ ଟି ମ୍ୟାଚ୍‌ରୁ ୧୮ ଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ଯାହାପରଠାରୁ ହିଁ ସେ ଏକ ଆଗଧାଡ଼ିର ବୋଲର ଭାବେ ପରିଗଣିତ ହେବାକୁ ଲାଗିଲେ।

୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ରେ ଭାରତ ହାରିଗଲା ସତ । କିନ୍ତୁ ପାରଂପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ପାଣ୍ଡ୍ୟା ଯେପରି ବ୍ୟାଟିଂ କରୁଥିଲେ, ସେଥିରୁ ଅନୁମାନ କରାଯାଉଥିଲା ଯେ, ଏହି ଅପ୍‌କମିଙ୍ଗ ଅଲ୍‌ ରାଉଣ୍ଡରଙ୍କର ମ୍ୟାଚ୍‌ ଉଇନର ଦକ୍ଷତା ରହିଛି । ସେବେଠାରୁ ତାଙ୍କୁ ଏକ ମ୍ୟାଚ୍‌ ଫିନିଶର ଭାବେ ମଧ୍ୟ ଗଣାଯାଉଛି । ଟି- ଟ୍ୱେଣ୍ଟି ହେଉ ବା ଏକ ଦିବସୀୟ ଟିମ୍‌ରେ ଯେବେ ବି ଯୁବରାଜ ସିଂ ନାହାନ୍ତି ଭାରତୀୟ କ୍ରିକେଟ୍‌ ଫ୍ୟାନ୍‌ ସେତିକିବେଳେ ପାଣ୍ଡ୍ୟାଙ୍କୁ ବିକଳ୍ପ ଭାବେ ମନେ ପକାଉଛନ୍ତି ତାଙ୍କ ଆଗ୍ରେସିଭ ଖେଳ ଦେଖିବାକୁ । hardik-pandya-

ପାଣ୍ଡ୍ୟାଙ୍କର ଏମିତି ଖେଳରୁ ବାରି ହୋଇପଡ଼ୁଛି ଆଗାମୀ ଦିନରେ ସେ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଭଲ ଅଲ୍‌ରାଉଣ୍ଡରର ଅଭାବ ପୂରଣ କରିବେ। କିନ୍ତୁ ବଡ଼ କଥା ହେଉଛି ସମୟ ବଦଳିଯାଇଛି । ବାରମ୍ବାର ବିଫଳ ହେଲେ ଚୟନକର୍ତ୍ତା ଟିମ୍‌ରୁ ବିଦା କରିଦେବାର ଆଶଙ୍କା ମଧ୍ୟ ରହିଛି । ତେଣୁ ଟିମ୍‌ ଇଣ୍ଡିଆରେ ସ୍ଥାନ ବଜାୟ ରଖିବାକୁ ପାଣ୍ଡ୍ୟାକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ । 

You might also like
Comments
Loading...