ଦେଶବାସୀଙ୍କୁ ଏମିତି ଢଙ୍ଗରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ କ୍ରିକେଟ୍‌ ଷ୍ଟାର୍

ମୁମ୍ବାଇ: ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଟିମ୍‌ ଇଣ୍ଡିଆର କ୍ରିକେଟ୍‌ ଷ୍ଟାର୍। ଏନେଇ ବିସିସିଆଇ (ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍ ଇନ୍‌ ଇଣ୍ଡିଆ) ତାର ଟ୍ୱିଟର୍ ପେଜ୍‌ରେ ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ରୋହିତ, ବିରାଟ, କେଦାର ଯାଦବ, ଜାଡେଜା ୟଜୁବେନ୍ଦର ଚହଲ ଓ କୋଚ୍ ରବିଶାସ୍ତ୍ରୀଙ୍କ ସହିତ ଅନ୍ୟ ଖେଳାଳିମାନେ ମଧ୍ୟ ଦେଶବାସୀକୁ ୭୩ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି।

ଏହି ଭିଡିଓରେ ଭିନ୍ନ ଧରଣରେ ଶୁଭେଚ୍ଛା ଜଣାଇଛନ୍ତି ହିଟ୍‌ ମ୍ୟାନ୍‌ ରୋହତ ଶର୍ମା ଓ କେଦାର୍‌ ଯାଦବ। ସେହିଭଳି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏହି ଦିନକୁ ମୋଷ୍ଟ୍ ଆଇକନିକ୍‌ ଡେ ବୋଲି କହିଛନ୍ତି।

You might also like