ଗୋଲ୍‌ଡ କପ୍‌ ମହିଳା ଫୁଟ୍‌ବଲ୍‌: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ରାଜ୍ୟ ପାଇଁ ଗୌରବ ଆଣିଲେ ଏହି ଓଡ଼ିଆ ଝିଅ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଚତୁଃରାଷ୍ଟ୍ରୀୟ ଗୋଲ୍‌ଡ କପ୍‌ ମହିଳା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି।

ଗତକାଲି ଖେଳାଯାଇଥିବା ଏକ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇ ଦେଇଛି।  ଭାରତୀୟ ଦଳର ଖେଳାଳି ସଞ୍ଜୁ ତମାଙ୍ଗ ଗୋଲ୍‌ ସ୍କୋର୍‌ କରିଥିଲେ। ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ମିଆଁମାର ୩-୦ଗୋଲ୍‌ରେ ନେପାଳକୁ ପରାସ୍ତ କରିଛି।

ଗତକାଲି ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା, ପ୍ରଥମ ମ୍ୟାଚ୍‌ ମିଆଁମାର ଏବଂ ନେପାଳ ମଧ୍ୟରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଭାରତ ଓ ଇରାନ ମଧ୍ୟରେ ଖେଳାଯାଇଥିଲା।

picture credit-Latestly.com

ଏହି ମ୍ୟାଚ୍‌ ଓଡ଼ିଶାରେ ଖେଳାଯାଉଥିବା ବେଳେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଜବାବମଣି ଟୁଡୁ। କାରଣ ଓଡ଼ିଶାରେ ଅନେକ ମହିଳା ଆନ୍ତର୍ଜାତିକ ଫୁଟବଲ୍‌ ଖେଳାଳି ସୃଷ୍ଟି ହୋଇଛନ୍ତି। ହେଲେ କୌଣସି ଖେଳାଳି ନିଜ ଜନ୍ମ ମାଟିରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିଲେ। ପ୍ରଥମ ଓଡ଼ିଆ ମହିଳା ଫୁଟବଲ୍ ଖେଳାଳି ଭାବେ ଜବାମଣି ଟୁଡୁ ନିଜ ଜନ୍ମ ମାଟିରେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି।

ଆହୁରି ପଢ଼ନ୍ତୁ

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ପି.ଭି. ସିନ୍ଧୁଙ୍କୁ ସ୍ୱର୍ଣ୍ଣ

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌: ଭାରତର ପ୍ରମୋଦ-ମନୋଜ ଯୋଡ଼ିଙ୍କୁ ସ୍ୱର୍ଣ୍ଣ

ଇତିହାସ ରଚିଲେ ପି.ଭି ସିନ୍ଧୁ

ଜେଟ୍‌ଲୀଙ୍କୁ ହରାଇ ଶୋକରେ କ୍ରୀଡ଼ା ଜଗତ

ରେକର୍ଡ କଲେ ବୁମ୍ରା; ସମସ୍ତଙ୍କୁ ପଛରେ ପକାଇଦେଲେ

ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର ଧୋନି; ବଂଶୀ ବଜାଇଲେ

ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ !

ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବପର୍ଯ୍ୟୟ

ସଚିନଙ୍କ ଏହି ରେକର୍ଡ ଭାଙ୍ଗିପାରିବେନି ବିରାଟ୍ !

ସିନ୍ଧୁ ବିଜୟଧାରା ଜାରି; ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡରେ ସିନ୍ଧୁ

ପୁରୁଷ ପରେ ମହିଳା ହକି ଟିମ୍‌ ବି ଜିତିଲା ଟାଇଟଲ୍‌

ଗୁରୁବାର ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ

You might also like