ନିର୍ବନ୍ଧ ବେଳେ ଭାରତୀୟ ପୋଷାକ ପିନ୍ଧିଲେ ଏଇ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ: ଭାରତର ଜ୍ୱାଇଁ ହେବେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ! ଭାରତୀୟ ବଂଶୋଦ୍ଭବ ଗାର୍ଲଫ୍ରେଣ୍ଡ୍ ବିନି ରମଣଙ୍କୁ ସେ ବିବାହ କରିବେ। ଗତମାସରେ ତାଙ୍କ ନିର୍ବନ୍ଧ ହୋଇଯାଇଛି। ତେବେ ନିକଟରେ ଏହି ଯୋଡ଼ି ଭାରତୀୟ ପରମ୍ପରା ଅନୁଯାୟୀ ପୁଣିଥରେ ନିର୍ବନ୍ଧ କରିଛନ୍ତି।
ବିନି ଭାରତୀୟ ପରମ୍ପରା ଅନୁଯାୟୀ ଲେହେଙ୍ଗା ପରିଧାନ କରିଥିବା ବେଳେ ମ୍ୟାକ୍ସୱେଲ୍ ମଧ୍ୟ ଶେରୱାନୀ ପିନ୍ଧିଛନ୍ତି। ଏହି କାର୍ଯ୍ୟକ୍ରମର ଏକ ଫଟୋ ବିନି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର୍ କରିଛନ୍ତି।
ଫଟୋ କ୍ୟାପସନରେ ବିନି ଲେଖିଛନ୍ତି, ଆମେ ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିଛୁ ଏବଂ ମ୍ୟାକ୍ସୱେଲଙ୍କୁ ନିଜ ବିବାହର ଏକ ଛୋଟିଆ ଝଲକ ମଧ୍ୟ ଦେଇଛୁ। ଉଭୟ ପରିବାରଙ୍କୁ ଏବଂ ବନ୍ଧୁ ପରିଜନଙ୍କୁ, ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ।