ଗୌତମ ଗମ୍ଭୀରଙ୍କ ନୂଆ ରୂପ

ନୂଆଦିଲ୍ଲୀ: କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ଖେଳିବା ବ୍ୟତୀତ ସମାଜ ସେବାରେ ମଧ୍ୟ ସକ୍ରିୟ ଥିବାର ଦେଖାଯାଏ। ଛତିଶଗଡ଼ ନକ୍ସଲ ହିଂସାରେ ଶହୀଦ ହୋଇଥିବା ଯବାନଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ହେଉ ଅବା କାଶ୍ମୀରରେ ଶହୀଦ ହୋଇଥିବା ଏଏସ୍‌ଆଇ ଅବ୍ଦୁଲ ରଶୀଦଙ୍କ ଝିଅକୁ ସହାଯ୍ୟ କରିବା, ସବୁ ଜାଗାରେ ଏହି କ୍ରିକେଟର ନିଜର ବଦାନ୍ୟତାର ଛାପ ଛାଡ଼ିଛନ୍ତି। ଗମ୍ଭୀରଙ୍କ ଦେଶ ପ୍ରତି ଥିବା ଦାୟୀତ୍ୱ ସମସ୍ତଙ୍କୁ ଗମ୍ଭୀର ଭାବେ ପ୍ରଭାବିତ କରିପାରିଛି।

ପୂର୍ବ ବର୍ଷ ଛତିଶଗଡ଼ରେ ହୋଇଥିବା ନକ୍ସଲ ହିଂସାରେ ଶହୀଦ ହୋଇଥିବା ୨୫ ଜଣ ଯବାନଙ୍କ ପିଲାମାନଙ୍କ ପଢା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିବା ପରେ ଦେଶ ସାରା ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା। ଦେଶରେ ଲାଗିରହୁଥିବା ଅନେକ ମୁଦ୍ଦା ଉପରେ ମଧ୍ୟ ଗମ୍ଭୀର ସୋଶାଲ୍‌ ମିଡ଼ିଆ ସାହାଯ୍ୟରେ ନିଜର ମତ ଦିଅନ୍ତି। ତେବେ ନିକଟରେ ଗମ୍ଭୀରଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଗମ୍ଭୀର ମଥାରେ ବିନ୍ଦି ଲଗାଇ ମୁଣ୍ଡରେ ଓଢ଼ଣା ପକାଇ ଥିବାର ଦେଖାଯାଉଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ତେବେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବା ପରେ ଗମ୍ଭୀରଙ୍କ ପ୍ରତି ଲୋକଙ୍କ ମନରେ ସମ୍ମାନ ବଢ଼ିଯାଇଛି।

ଘଟଣା ଅନୁଯାୟୀ ସମାଜରେ ଉପେକ୍ଷିତ ଓ ଭେଦଭାବର ଶିକାର ହେଉଥିବା କିନ୍ନର ସମାଜ ପ୍ରତି ନିଜର ସମର୍ଥନ ଜଣାଇବା ପାଇଁ ସେମାନଙ୍କ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ସେଠାରେ ସେ ସେମାନଙ୍କ ପରି ସଜ ହୋଇଥିଲେ। ଏହା ପ୍ରଥମ ଥର ନୁହେଁ ଯେ ଗମ୍ଭୀର ସମାଜରେ ଉପେକ୍ଷିତ ଗୋଷ୍ଠୀଙ୍କୁ ନିଜର ସମର୍ଥନ ଜଣାଇଛନ୍ତି। ଚଳିତ ବର୍ଷ ସେ ଦୁଇଜଣ କିନ୍ନରଙ୍କୁ ନିଜର ଭଉଣୀ କହିବା ସହିତ ତାଙ୍କ ହାତରୁ ରାକ୍ଷୀ ବାନ୍ଧିଥିଲେ। ଯାହାର ଫଟୋ ଗମ୍ଭୀର ନିଜର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ।

You might also like
Comments
Loading...