କାଲି ଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌

ୱେଲିଂଟନ୍‌ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ଟି-୨୦ ସିରିଜ୍‌ ଉପରେ ନଜର। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଏଇ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୱେଲିଂଟନ୍‌ରେ ଖେଳାଯିବ।ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତ। ଶିଖର ଧାୱନଙ୍କ ସହ ସେ ଇନିଂସ୍‌ ଓପନିଂ କରିବେ।

ସେପଟେ ଦିନିକିଆ ସିରିଜ୍‌ର ପ୍ରତିଶୋଧ ନେବା ଲକ୍ଷ୍ୟରେ କିଓ୍ୱି ଦଳ। ଘରୋଇ ପରିବେଶରେ ଭାରତକୁ ପରାସ୍ତ କରି ନିଜର ରେକର୍ଡ ଦୋହରାଇବା ପାଇଁ ଦଳ ଯୋଜନା କରିଛି। ତେବେ ପିଠି ଯନ୍ତ୍ରଣା ଯୋଗୁ ମାର୍ଟିନ ଗପଟିଲ ଟିମ୍‌ରୁ ବାଦ୍‌ ପଡିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ରେ ଭାରତର ରେକର୍ଡ ସେତେ ଭଲ ନୁହେଁ।  ୨୦୦୮-୦୯ ମସିହାରେ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଏକମାତ୍ର ଦ୍ୱିପାକ୍ଷିକ ଟି ଟ୍ୱେଣ୍ଟି ସିରିଜ୍‌ରେ ଭାରତ ୦-୨ରେ ପରାଜୟ ବରଣ କରିଥିଲା।

You might also like