ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌‌ ଗୁରୁତର; ଭେଣ୍ଟିଲେଟର୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍‌ ତଥା ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ତଥା ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍‌ର(DDCA) ଉପ-ସଭାପତି ଚେତନ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେ ଜୁଲାଇ ମାସରେ କରୋନା ଆକ୍ରାନ୍ତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ବେଳେ ତାଙ୍କ ବୃକକରେ ସଂକ୍ରମଣ ହୋଇଥିଲା। ତା ସହିତ ରକ୍ତଚାପ ଜନିତ ସମସ୍ୟା ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଛି।

ଚେତନ କରୋନା ପଜିଟିଭ୍‌ ହେବା ପରେ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧି PGI  ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୂର୍ବରୁ ଏହି ହସ୍‌ପିଟାଲ୍‌ରେ ଗୃହମନ୍ତ୍ରୀ ଅମିତ ଶାହ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଛନ୍ତି।

ଚେତନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ DDCAର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି “ ଆଜି ସକାଳେ ଚେତନଙ୍କର ବୃକକ୍ (କିଡ୍‌ନି) ସହିତ ତାଙ୍କର ଅନେକ ଅଙ୍ଗ ଅକାମୀ ହୋଇଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସେ ଏହି ଯୁଦ୍ଧରେ ବିଜୟୀ ହୁଅନ୍ତୁ ଏଥିପାଇଁ ଆମେ ସମସ୍ତେ ପ୍ରାର୍ଥନା କରୁଛୁ।”

ଚୌହାନ DDCAର ବିଭିନ୍ନ ପଦପଦବୀରେ ରହିବା ସହିତ ତାଙ୍କର ରାଜନୈତିକ କ୍ୟାରିୟର ମଧ୍ୟ ରହିଛି। ସେ ଦୁଇଥର ୧୯୯୧ ଏବଂ ୧୯୯୮ରେ ଉତ୍ତର ପ୍ରଦେଶର ଅମ୍ରୋହା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୧ରେ ତାଙ୍କୁ ଅର୍ଜୁନ ସମ୍ମାନରେ ସମ୍ମାନିତ କରାଯାଇଛି।

 

ଆହୁରି ପଢ଼ନ୍ତୁ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

You might also like