ରାଜକୋଟ ଟେଷ୍ଟରେ ଟିମ୍ ଇଣ୍ଡିଆର ରାଜ୍

ରାଜକୋଟ: ରାଜକୋଟ ଟେଷ୍ଟରେ ରାଜ୍ କରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଦିନରେ ବି ବିରାଟ ବାହିନୀ ଦମଦାର ପ୍ରଦର୍ଶନ କରିଛି। ୬୪୯ ରନରେ ଟିମ୍ ଇଣ୍ଡିଆ ପାଳି ଘୋଷଣା କରିବା ପରେ ବ୍ୟାଟିଂ ଆରମ୍ଭ କରି ସଙ୍କଟରେ ପଡ଼ିଥିଲା ୱେଷ୍ଟଇଣ୍ଡିଜ୍।

ଭାରତୀୟ ବୋଲର୍ଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲେ ଜଣକ ପରେ ଜଣେ ଇଣ୍ଡିଜ୍ ବ୍ୟାଟ୍‌ସମ୍ୟାନ।  ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୬ ଓ୍ୱିକେଟ୍ ହରାଇ ମାତ୍ର ୯୪ ରନ୍‌ ସଂଗ୍ରହ କରିଛି। ମହମ୍ମଦ ସାମି ୨ଟି, ଅଶ୍ୱିନ୍, ଜାଡେଜା ଏବଂ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ଆଜି ଦ୍ୱିତୀୟ ଦିନରେ ୟୁଥ୍ ସେନ୍‌ସେସନ୍ ପୃଥ୍ୱୀ ଶ ଜବରଦସ୍ତ ୧୩୪ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ବିରାଟ ୧୩୯ ରନ୍‌ର ଲମ୍ବା ଇନିଂସ୍‌ ଖେଳିଛନ୍ତି। ଆଜିର ଶତକକୁ ମିଶାଇ ଏହା କୋହଲିଙ୍କ ୨୪ତମ ଟେଷ୍ଟ ଶତକ। ଏହା ସହ ରବୀନ୍ଦ୍ର ଜାଡେଜା ମଧ୍ୟ କମାଲ୍‌ ଦେଖାଇଛନ୍ତି। ସେ ତାଙ୍କ ହୋମ୍‌ ଗ୍ରାଉଣ୍ଡରେ ସେନ୍‌ଚ୍ୟୁରୀ ମାରି କ୍ୟାରିୟର୍‌ ପ୍ରଥମ ଶତକ ହାସଲ କରିଛନ୍ତି।

 

You might also like