ପ୍ରଥମ ଇନିଂସରେ ଭାରତ ୨୭୩ ରନ୍ କରି ଅଲ୍ ଆଉଟ
ସାଉଥାମ୍ପଟନ୍: ଭାରତ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଭାରତ ୨୭୩ ରନ୍ କରି ଅଲ୍ ଆଉଟ ହୋଇଛି। ଏଥିସହିତ ଭାରତ ପ୍ରଥମ ଇନିଂସରେ୨୭ ରନ୍ ଆଗୁଆ ରହିଛି। ବିଦେଶ ମାଟିରେ ଫର୍ମକୁ ଫେରିଥିବା ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟସ୍ମ୍ୟାନ୍ ଚେତେଶ୍ୱର ପୂଜାରା ଶତକ ହାସଲ କରିଛନ୍ତି। ଇଂଲଣ୍ଡ ବୋଲର୍ଙ୍କ ସହ ଏକାକୀ ଲଢ଼େଇ କରି ପୂଜାରା ତାଙ୍କ ଟେଷ୍ଟ୍ କ୍ୟାରିୟର୍ର ୧୫ ତମ ଶତକ ହାସଲ କରିଛନ୍ତି। ଏଥିସହ ପୂଜାରା ୧୩୨ ରନ୍ କରି ଅପରାଜିତ ରହିଛନ୍ତି। ପୂର୍ବରୁ ଅଧିନାୟକ କୋହଲି ୪୬ ରନ୍ କରି ଆଉଟ ହୋଇଥିଲେ।
??
A hard fought CENTURY for @cheteshwar1.
This is his 1st century in England, 5th against England and 15th overall in Tests.#ENGvIND pic.twitter.com/S1TzJp2iA6
— BCCI (@BCCI) 31 August 2018
୪ର୍ଥ ଟେଷ୍ଟ୍ରେ ଦଳକୁ ଫେରିଥିବା ଅଲରାଉଣ୍ଡର ମୋଇନ୍ ଅଲ୍ଲୀ ଟିମ୍ ଇଣ୍ଡିଆର ମଧ୍ୟକ୍ରମ ଓ ନିମ୍ନ କ୍ରମକୁ ଧ୍ୱସ୍ତବିଧ୍ୱସ୍ତ କରି ୫ଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଛନ୍ତି।