ସାଉଥମ୍ପଟନ : କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା । ରାହାଣେ ଉପଅଧିନାୟକ, ଓ୍ୱିକେଟ କିପରଭାବେ ପନ୍ତ ଓ ରିଦ୍ଧିମାନ ସାମିଲ ଅଛନ୍ତି ।

ଫାଇନାଲ୍ ମ୍ୟାଚ୍ ୧୮ ରୁ ୨୨ ଜୁନ୍ ମଧ୍ୟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସାଉଥମ୍ପଟନରେ ଅନୁଷ୍ଠିତ ହେବ। ମୟଙ୍କ ଅଗ୍ରୱାଲ ଏବଂ କେ.ଏଲ୍ ରାହୁଲ ଦଳରେ ସ୍ଥାନ ପାଇ ନାହାଁନ୍ତି। ଏଭଳି ପରିସ୍ଥିତିରେ ରୋହିତ ଶର୍ମା ଏବଂ ଶୁଭମାନ ଗିଲଙ୍କୁ ଓପନର୍ ଭାବରେ ଖେଳିବା ନିଶ୍ଚିତ ହୋଇଛି। ହନୁମା ବିହାରୀଙ୍କ ବ୍ୟତୀତ ସ୍ପିନ୍ ବୋଲର ଆର୍‌ ଅଶ୍ୱିନ୍, ଆର୍‌ ରବିନ୍ଦ୍ର ଜାଡେଜା ମଧ୍ୟ ସ୍ଥାନ ପାଇଛନ୍ତି।

ତେବେ ଇଂଲଣ୍ଡ ବିପକ୍ଷ ୩ ଟି ମ୍ୟାଚରେ ୨୭ ୱିକେଟ୍ ନେଇଥିବା ବାମହାତୀ ସ୍ପିନର ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ମୟଙ୍କ ଅଗ୍ରୱାଲ, ଶାର୍ଦ୍ଦୁଲ ଠାକୁର ଏବଂ କେ.ଏଲ୍ ରାହୁଲଙ୍କୁ ଦଳରୁ ବାଦ ଦିଆଯାଇଛି। ଇଂଲଣ୍ଡକୁ ଆସିଥିବା ୨୦ ଜଣିଆ ଦଳରେ ଏମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ। ଇଣ୍ଟ୍ରା-ସ୍କ୍ୱାର୍ଡ ମ୍ୟାଚ୍‌ରେ କେ.ଏଲ୍ ରାହୁଲ ମଧ୍ୟ ଏକ ଶତକ ହାସଲ କରିଥିଲେ। ସେହିପରି ଅଷ୍ଟ୍ରେଲିଆରେ ଏକ ଟେଷ୍ଟରେ ଖେଳିବାର ସୁଯୋଗ ପାଇଥିଲେ ଶାର୍ଦ୍ଦୁଲ ଠାକୁର। ଅର୍ଦ୍ଧଶତକ ହାସଲ କରିବା ବ୍ୟତୀତ ସେ ୭ ୱିକେଟ୍ ନେଇଥିଲେ। ସେ ମଧ୍ୟ ଦଳରେ ସ୍ଥାନ ପାଇ ନାହାଁନ୍ତି।

ଭାରତୀୟ୍ ଟିମ୍‌ରେ ବିରାଟ କୋହଲି (କ୍ୟାପ୍‌ଟେନ୍‌), ରୋହିତ ଶର୍ମା, ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ସାହା, ଆର୍‌ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମରାହ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ଯାଦବ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍‌ରେ କେନ୍ ୱିଲିୟମସନ୍ (କ୍ୟାପ୍‌ଟେନ୍), ଟମ୍ ବ୍ଲଣ୍ଡେଲ, ଟ୍ରେଣ୍ଟ୍‌ ବୋଲ୍ଟ, ଡେଭନ୍ କନ୍‌ୱେ, କୋଲିନ୍ ଡି ଗ୍ରାଣ୍ଡହୋମ୍, ମ୍ୟାଟ୍‌ ହେନେରୀ, କାଇଲ ଜେମସନ, ଟମ୍‌ ଲାଥାମ, ହେନେରୀ ନିକୋଲସ୍, ଏଜାଜ ପଟେଲ, ଟିମ୍‌ ସାଉଦୀ, ରସ ଟେଲକର, ନିଲ ୱାଗନର୍, ବିଜେ ୱାଟଲିଂ, ୱିଲ ୟଙ୍ଗ୍ ସାମିଲ୍ ଅଛନ୍ତି।

ପ୍ରକାଶ ଥାଉଯେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ପଏଣ୍ଟ ଟେବୁଲରେ ଭାରତ ଶୀର୍ଷରେ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୧୨ ଟି ଟେଷ୍ଟ ଜିତିଥିବା ବେଳେ ୪ଟି ହାରିଛି ଏବଂ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି। ଭାରତ ୫୨୦ ପଏଣ୍ଟ ଏବଂ ଶତକଡା ୭୨.୨ରେ ରହିଛି। ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ୭ ଟି ମ୍ୟାଚ୍‌ ଜିତି ୪ଟି ମ୍ୟାଚ୍‌ ହାରିଛି। ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ ୪୨୦ ଏବଂ ଶତକଡା ୭୦ ରହିଛି। ଟେଷ୍ଟ୍ ପାଇଁ ଆଇସିସି ୨୩ ଜୁନ୍‌କୁ ପୃଥକ କରିଛି। ଯଦି ଫାଇନାଲ୍ ମ୍ୟାଚ୍ (ଡବ୍ଲୁଟିସି ଫାଇନାଲ୍) ଡ୍ର କିମ୍ବା ଟାଇ ରହେ, ତେବେ ଉଭୟ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମିଳିତ ଭାବେ ବିଜେତା ଘୋଷିତ ହେବେ।

Other Stories