ଆଇସୋଲେସନ ନିୟମ ଭାଙ୍ଗି ଦୁଇ ଲୋକପ୍ରିୟ ରଗବୀ ଖେଳାଳି ଗିରଫ

ପ୍ୟାରିସ: ଆଇସୋଲେସନ ନିୟମ ଭାଙ୍ଗି ଫିଜିର ଦୁଇ ରଗବୀ ଖେଲାଳି ଗିରଫ ହୋଇଛନ୍ତି।

କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ପ୍ରକାରର ମାଧ୍ୟମ। ଏହି କାରଣରୁ ବିଦେଶୀରୁ ଫେରିଥିବା ବା ଥଣ୍ଡା ଓ କାଶରେ ପୀଡ଼ିତ ଥିବା ଲୋକଙ୍କୁ ସରକାର ବାଧ୍ୟତାମୂଳକ ଭାବେ ଆଇସୋଲେସନରେ ରହିବାକୁ କହିଛନ୍ତି। ହେଲେ ଏହି ଖେଳାଳି ଦ୍ୱୟ ନିୟମ ଭଙ୍ଗ କରିଥିବାରୁ ସ୍ଥାନୀୟ ପ୍ରଶାସନ ଏହାକୁ ଦୃଢ଼ ନିନ୍ଦା କରିଛି।

ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ପ୍ରଶାସନ୍ ପକ୍ଷରୁ କୁହାଯାଇଛି। ଏହା ଏକ ଦାୟିତ୍ୱହୀନତାର ପରିଚୟ। ଏହି ଦୁଇ ଖେଳାଳିଙ୍କ ସମ୍ପର୍କରେ ଆମେ ରଗବୀର ବିଶ୍ୱ ସଂଗଠନକୁ ଜଣାଇବୁ ବୋଲି ପ୍ରଶାସନ କହିଛି। ତେବେ ଏହି ଦୁଇ ଖେଳାଳିଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ।

ଏହି ରଗବୀ ଖେଳାଳିମାନେ ଫିଜି ତରଫରୁ ପ୍ରଫେସନାଲ ମ୍ୟାଚ ଖେଳୁଛନ୍ତି। ଏବଂ ବେଶ୍ ଲୋକପ୍ରିୟ ମଧ୍ୟ। ନିକଟରେ ଫିଜି ଟିମ୍ ସିଙ୍ଗାପୁରରୁ ଫେରିଥିଲା। ଏହାପରେ ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଉ ଥିଲା। ହେଲେ ଏମାନଙ୍କ ମଧ୍ୟରୁ ୨ ଜଣ ନିୟମ ଭାଙ୍ଗି ଏଣେତେଣେ ବୁଲୁଥିବା ଖବର ମିଳିଛି। ଏହାଦ୍ୱାରା ଦେଶରେ ସଂକ୍ରମଣ ବ୍ୟାପିବାର ଭୟ ସୃଷ୍ଟି ହୋଇଛି।

ଏବେ ସେମାନଙ୍କୁ ଗିରଫ କରାଯାଇଛି। ଏହାପରେ ଫିଜି ରଗବୀ ୟୁନିୟନ ଏହି ଦୁଇ ଖେଳାଳିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି।

You might also like