ବିଶ୍ୱକପ ଫୁଟବଲ୍‌ରେ ଆଜି ୩ଟି ମ୍ୟାଚ

ମସ୍କୋ: ଆଜି ଫିଫା ବିଶ୍ୱକପ ଫୁଟବଲ୍‌ରେ ୩ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆ ସହ ସ୍ୱିଡେନକୁ ଭେଟିବ। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟା ୩୦ ମିନିଟରେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚରେ ବେଲଜିୟମ ସହ ପାନାମାର ମୁକାବିଲା ହେବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍‌ ରାତି ସାଢେ ୮ଟାରେ ଆରମ୍ଭ ହେବ।  ଏବଂ ଶେଷ ମ୍ୟାଚ୍‌ଟି ଇଂଲଣ୍ଡ ଏବଂ ଟ୍ୟୁନିସିଆ ମଧ୍ୟରେ ଖେଳାଯିବ। ଏହା ଭାରତୀୟ ସମୟ ରାତି ସାଢେ ୧୧ଟାରେ ଖେଳାଯିବ।

You might also like