ଅାଜି ଖେଳାଯିବ ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌, ଇଂଲଣ୍ଡ-ବେଲ୍‌ଜିୟମ୍‌ ଟକ୍କର

ସେଣ୍ଟପିଟର୍ସବର୍ଗ: ଅାଜି ଖେଳାଯିବ ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌। ଇଂଲଣ୍ଡ ଓ ବେଲ୍‌ଜିୟମ୍‌ର ବିଶ୍ୱକପ୍‌ ସ୍ୱପ୍ନ ଭାଙ୍ଗିବା ପରେ ଏବେ ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ। ଇଂଲଣ୍ଡ ସେମିଫାଇନାଲରେ କ୍ରୋଏସିଅା ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିବା ବେଳେ ଫ୍ରାନ୍ସ ଠାରୁ ୧-୦ରେ ପରାସ୍ତ ହୋଇଥିଲା ବେଲ୍‌ଜିୟମ୍‌। ଚଳିତ ବର୍ଷ ଦୁଇ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ପହଞ୍ଚିପାରି ନ ଥିଲେ। ପ୍ରଥମ ୫ଟି ମ୍ୟାଚରେ ଲଗାତାର ବିଜୟ ପରେ ସେମି ଫାଇନାଲରେ ପରାଜୟର ସାମ୍ନା କରିଥିଲା ବେଲଜିୟମ୍‌। ଗୋଟିଏ ଗ୍ରୁପ୍‌ରେ ଥିବା ଇଂଲଣ୍ଡ ଓ ବେଲଜିୟମ୍‌ ପୂର୍ବରୁ ସାମ୍ନସାମ୍ନି ହୋଇସାରିଛନ୍ତି। ଲିଗ୍ ପର୍ଯ୍ୟାୟରେ ଇଂଲଣ୍ଡକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା ବେଲଜିୟମ୍‌।

ସେପଟେ ଅାସନ୍ତାକାଲି ଫିଫା ଫାଇନାଲ ଟକ୍କର ଟାଇଟଲ ପାଇଁ ଶକ୍ତିଶାଳୀ ଫ୍ରାନ୍ସ ଓ କ୍ରୋଏସିଅା ମଧ୍ୟରେ ହେବ ହାଇଭୋଲଟେଜ୍ ଲଢ଼େଇ ।

You might also like