ଫିଫା ବିଶ୍ୱକପ୍‌: ‌ଆଇସ୍‌ଲାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ଟକ୍କର, ୧-୧ରେ ମ୍ୟାଚ୍‌ ଡ୍ର

ମସ୍କୋ: ଫିଫା ବିଶ୍ୱକପ୍‌ରେ ଆଜି ଖେଳାଯିବ ୩ଟିମ୍ୟାଚ୍‌। ଏଥିରେ ରହିଛି ୨ଟି ହାଇ ଭୋଲ୍‌ଟେଜ ମ୍ୟାଚ୍। ପ୍ରଥମ ମ୍ୟାଚ୍‌ରେ କୋଷ୍ଟାରିକାକୁ ଭେଟିବ ସର୍ବିଆ ଓ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ସହ ହେବ ମେକ୍ସିକୋର ଟକ୍କର। ଭାରତୀୟ ସମୟ ସାଢ଼େ ୮ଟାରେ ଏହି ମ୍ୟାଚ ଖେଳାଯିବ।

ଶେଷ ମ୍ୟାଚରେ ଦେଖିବାକୁ ମିଳିବ  ଜବରଦସ୍ତ ଟକ୍କର। ବ୍ରାଜିଲ ସହ ହେବ ସ୍ୱିଜରଲାଣ୍ଡର ମୁକାବିଲା। ବ୍ରାଜିଲର ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି। ଭାରତୀୟ ସମୟ ରାତି ସାଢେ ୧୧ଟାରେ ଖେଳାଯିବ ଏହି ମ୍ୟାଚ୍‌।

ଗତକାଲି ଖେଳାଯାଇଥିଲା ୩ଟି ମ୍ୟାଚ।  ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ସହ ଆଇସ୍‌ଲାଣ୍ଡର ହୋଇଥିଲା କଡ଼ା ମୁକାବିଲା। ଆଇସ୍‌ଲାଣ୍ଡର ଖେଳାଳି ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ।  ମ୍ୟାଚ୍‌ ୧-୧ରେ ବରାବର ହୋଇଥିଲା।  ଅନ୍ୟ ଏକ ମ୍ୟାଚ୍‌ରେ ପେରୁ ସହ ଡେନମାର୍କର ମୁକାବିଲା ହୋଇଥିଲା। ଯେଉଁଥିରେ ୧-୦ ଗୋଲରେ ବିଜୟୀ ହୋଇଥିଲା ଡେନମାର୍କ।  ଅନ୍ୟ ଏକ ମ୍ୟାଚ୍‌ରେ କ୍ରୋଏସିଆ ଓ ନାଇଜେରିଆ ମଧ୍ୟରେ ହୋଇଥିଲା ଟକ୍କର। ନାଇଜେରିଆକୁ ୨-୦ ଗୋଲ୍‌ରେ ପରାସ୍ତ କରିଥିଲା କ୍ରୋଏସିଆ।

You might also like