ଫିଫା ବିଶ୍ୱକପ୍ : ଆଜି ୩ ଟି ମ୍ୟାଚ୍‌, ପର୍ତ୍ତୁଗାଲ ଓ ସ୍ପେନ ମ୍ୟାଚ୍‌ ଉପରେ ନଜର

ମସ୍କୋ: ଫିଫା ବିଶ୍ୱକପରେ ଆଜି ଖେଳାଯିବ ୩ ଟି ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଇଜିପ୍ଟକୁ ଭେଟିବ ଉରୁଗୁଏ । ଦ୍ୱିତୀୟ ମ୍ୟାଚ୍‌ରେ ମରକ୍କୋକୁ ଭେଟିବ ଇରାନ୍ । ତୃତୀୟ ମ୍ୟାଚରେ ହେବ ଘମାଘୋଟ ଲଢେଇ । ପର୍ତ୍ତୁଗାଲ ଏବଂ ସ୍ପେନ ମଧ୍ୟରେ ହେବ ଜବରଦସ୍ତ ଟକ୍କର। ସମସ୍ତ ଫୁଟବଲ ପ୍ରେମୀଙ୍କ ନଜର ରହିବ ଏହି ମ୍ୟାଚ ଉପରେ । ଭାରତୀୟ ସମୟ ରାତି ୧୧ଟା ୩୦ରେ ଖେଳାଯିବ ଏହି ମ୍ୟାଚ।

ଅନ୍ୟପଟେ  ଗତକାଲି ଫୁଟବଲ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଆୟୋଜକ ରୁଷିଆ ଏବଂ  ସାଉଦି ଆରବ  ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ସାଉଦି ଆରବ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ରୁଷିଆ ।  ସାଉଦି ଆରବକୁ ୫-୦ ଗୋଲରେ ପରାସ୍ତ କରି ରୁଷିଆ ବିଶ୍ୱକପ ବିଜୟ ଅଭିଯାନ ଆରମ୍ଭ କରିଛି । ପୂରା ମ୍ୟାଚରେ ରୁଷିଆ ପଲା ଭାରି ରହିଥିଲା । ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ପୁଣି ୩ଟି ଗୋଲ ଦେଇଥିଲା ଦଳ ଦଳ ପକ୍ଷରୁ ଷ୍ଟାର ପ୍ଲେୟାର ଡେନିସ ଚେରିଶେଭ୍ ଦୁଇଟି ଗୋଲ କରିଥିଲେ । ମ୍ୟାଚ ପୂର୍ବରୁ ରଙ୍ଗାରଙ୍ଗ ଉଦଘାଟନୀ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

You might also like