ନାଇଜେରିଆକୁ ହରାଇ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାଟରରେ ଆର୍ଜେଣ୍ଟିନା

ଗତକାଲି ଫିଫା ବିଶ୍ୱକପ୍‌ରେ ଖେଳାଯାଇଛି ୪ଟି ମ୍ୟାଚ୍ । ଏହି ସମସ୍ତ ମ୍ୟାଚ୍ ମଧ୍ୟରୁ ରୋମାଞ୍ଚକର ଥିଲା ନାଇଜେରିଆ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା । ବହୁ କସରତ ପରେ ନାଇଜେରିଆକୁ ୨-୧ ଗୋଲ୍‌ରେ ହରାଇ ପ୍ରି-କ୍ୱାଟ୍ରରେ ପ୍ରବେଶ କରିଛି ଆର୍ଜେଣ୍ଟିନା । ଗତକାଲିର ମ୍ୟାଚ୍‌ରେ ଟିମ୍‌ର ଷ୍ଟାର ପ୍ଲେଏର ଲିଓନେଲ୍ ମେସି ଏବଂ ମାର୍କସ ରୋଜୋଙ୍କ ଗୋଲ୍ ବଳରେ ଟିମ୍‌କୁ ମିଳିଛି ସଫଳତା।

ସେହିଭଳି ଆଇସ୍ଲାଣ୍ଡକୁ ୨-୧ ଗୋଲ୍‌ରେ ହରାଇଛି କ୍ରୋଏସିଆ । ଫଳରେ କ୍ରୋଏସିଆ ପଏଣ୍ଟ ତାଲିକାରେ ଗ୍ରୁପର ଟପ୍‌ରେ ରହିଛି। ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଓ ପେରୁ ମଧ୍ୟରେ ଖେଳାଯାଇଥିଲା । ପେରୁ ୨-୦ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ମାତ ଦେଇଛି। ଏହାଛଡ଼ା ଡେନମାର୍କ ଏବଂ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍ ଅମୀମାସିଂତ ରହିଛି। ଶେଷ ମିନିଣ୍ଟ ଯାଏ କୌଣସି ଟିମ୍ ଗୋଲ୍ ଦେବାରେ ସଫଳ ହୋଇନଥିଲେ।

You might also like
Comments
Loading...