ଫିଫା ବିଶ୍ୱକପ: ମେକ୍ସିକୋର ଐତିହାସିକ ବିଜୟ
ମସ୍କୋ: ଫୁଟବଲ ବିଶ୍ୱକପରେ ଐତିହାସିକ ବିଜୟ ହାସଲ କରିଛି ମେକ୍ସିକୋ। ପ୍ରଥମ ମ୍ୟାଚରେ ମେସ୍କିକୋ ଡିଫେଣ୍ଡିଂ ଚାମ୍ପିଅନ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଆରମ୍ଭରୁ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା ମେକ୍ସିକୋ। ପ୍ରଥମରୁ ହିଁ ଜର୍ମାନୀ ଉପରେ ଚାପ ପକାଇ ମେକ୍ସିକୋ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା।
ଲୋଜାନୋ ଦଳ ପାଇଁ ପ୍ରଥମ ଗୋଲ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଜର୍ମାନୀ ବାରମ୍ବାର ଗୋଲ କରିବାକୁ ଉଦ୍ୟମ କରି ଫେଲ ମାରିଥିଲା। ସେହିପରି ବ୍ରାଜିଲ ଏବଂ ସ୍ୱିଜରଲାଣ୍ଡ ମଧ୍ୟରେ ଖେଳଯାଇଥିବା ଆଉ ଏକ ହାଇ ପ୍ରୋଫାଇଲ ମ୍ୟାଚର ଫାଳଫଳ ୧-୧ରେ ଡ୍ର ରହିଛି। ସର୍ବିଆ ଓ କୋଷ୍ଟାରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସର୍ବିଆ ୧-୦ ଗୋଲରେ କୋଷ୍ଟାରିକାକୁ ପରାସ୍ତ କରିଛି।