ନାଁ ବଦଳିଲା ; କୋଟଲା ହେଲା ଜେଟଲୀ ଷ୍ଟାଡିୟମ, କୋହଲିଙ୍କ ନାଁରେ ଷ୍ଟାଣ୍ଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ଗୁରୁବାର ବଦଳିଯାଇଛି। ଏବେ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ କୋଟଲା ରହିବ। ନୂଆ ନାମକରଣ ସମାରୋହରେ ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁ ଉପସ୍ଥିତ ଥିଲେ।

ଜବାହାରଲାଲ ନେହରୁ ଷ୍ଟାଡିୟମରେ ହୋଇଥିବା ଏହି ସମାରୋହରେ ବିରାଟ୍ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସମେତ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ଭାରତୀୟ ଦଳର ସବୁ ଖେଳାଳି ଉପସ୍ଥିତ ଥିଲେ। ଶୁକ୍ରବାର ଟି-୨୦ ସିରିଜ୍ ପାଇଁ ଧର୍ମଶାଳା ଗସ୍ତ ପୂର୍ବରୁ ଭାରତୀୟ ଦଳ ଗୁରୁବାର ଏଠାରେ ପହଞ୍ଚିଛନ୍ତି।

ଏହି ଅବସରରେ କୋହଲି କହିଥିଲେ, ଯେତେବେଳେ ମୁଁ ଘର ଛାଡ଼ିଲି, ସେତେବେଳେ ମୁଁ ମୋ ପରିବାରକୁ ଏକ କାହାଣୀ ଶୁଣାଇଥିଲି। ମୋର ମନେ ଅଛି ଯେ ୨୦୦୧ରେ ଷ୍ଟାଡିୟମକୁ ଏକ ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ ମିଳିଥିଲା ଏବଂ ମୁଁ ଖେଳାଳିମାନଙ୍କଠାରୁ ଅଟୋଗ୍ରାଫ୍ ମାଗିଥିଲି। ଆଜି ସେହି ଷ୍ଟାଡିୟମର ଏକ ଷ୍ଟାଣ୍ଡ୍ ମୋ ନାଁରେ କରାଯାଉଛି, ବାସ୍ତବରେ ଏହା ମୋ ପାଇଁ ବଡ଼ ସମ୍ମାନର କଥା।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୪ ତାରିଖରେ ଜେଟଲୀଙ୍କ ଦେହାନ୍ତ ହୋଇଥିଲା। ସେ ଡିଡିସିଏର ଅଧ୍ୟକ୍ଷ ଏବଂ ବିସିସିଆଇର ପୂର୍ବତନ ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। ଷ୍ଟାଡିୟମରେ ଆଧୁନିକ ସୁବିଧାକରଣ କରିବା ଏବଂ ଦର୍ଶକଙ୍କ କ୍ଷମତା ବଢ଼ାଇବା ସହ ବିଶ୍ୱସ୍ତରୀୟ ଡ୍ରେସିଂ ରୁମ ପ୍ରସ୍ତୁତ କରିବାର ଶ୍ରେୟ ଅରୁଣ ଜେଟଲୀଙ୍କୁ ଦିଆଯିବ।

ଆହୁରି ପଢ଼ନ୍ତୁ

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

You might also like