ଉଡ଼ନ୍ତା ବ୍ୟାଟ୍ ଆଘାତରୁ ପିଲାଙ୍କ ଜୀବନ ବଞ୍ଚାଇଲେ ବାପା
ନୂଆଦିଲ୍ଲୀ: ଯେତେବେଳେ ପିଲାମାନଙ୍କ ସୁରକ୍ଷା କଥା ଆସେ, ସେତେବେଳେ ବାପା ମା’ ଅଧିକ ସତର୍କ ହୋଇପଡ଼ନ୍ତି। ଠିକ୍ ସେମିତି ଏକ ଘଟଣା ଘଟିଛି ଏକ ଷ୍ଟାଡିୟମ୍ ଗ୍ୟାଲେରୀରେ। ଯାହାକି ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।ଭିଡିଓରେ ଦେଖାଯାଉଛି, ଜଣେ ଲୋକ ତାଙ୍କ ପିଲାମାନଙ୍କୁ ଉଡ଼ନ୍ତା ବ୍ୟାଟ୍ ଆଘାତରୁ ରକ୍ଷା କରୁଛନ୍ତି।
ଶୁକ୍ରବାର ଦିନ ନ୍ୟୁ ୟର୍କର ସିଟି ଫିଲ୍ଡ୍ରେ ଏକ ବେସ୍ବଲ୍ ମ୍ୟାଚ୍ ଚାଲିଥିଲା। ଲୋକ ଜଣକ ତାଙ୍କର ଦୁଇ ପିଲାଙ୍କ ସହ ଗ୍ୟାଲେରୀରେ ବସି ଖେଳ ଦେଖୁଥିଲେ। ହଠାତ୍ ଜଣେ ପ୍ଲେୟାରଙ୍କ ହାତରୁ ବ୍ୟାଟ୍ଟି ଖସିଯାଇ ଦର୍ଶକ ଗ୍ୟାଲେରିକୁ ଉଡ଼ି ଉଡ଼ି ଆସିଲା। ଜଣାପଡୁଥିଲା ବ୍ୟାଟ୍ ତାଙ୍କ ପିଲାଙ୍କ ମୁଣ୍ଡରେ ନିଶ୍ଚିତ ବାଜିବ। ତତ୍କ୍ଷଣାତ୍ ସେହି ଲୋକଜଣଙ୍କ ଉପସ୍ଥିତ ବୁଦ୍ଧି ଖଟାଇ ବ୍ୟାଟ୍କୁ ନିଜ ହାତରେ ଅଟକାଇ ବ୍ୟାଟ୍ର ଦିଗ ବଦଳାଇ ଦେଇଥିଲେ। ବ୍ୟାଟ୍ଟି ଲୋକଜଣଙ୍କ ହାତରେ ବାଜି ଅଲଗା ଜାଗାରେ ପଡ଼ିଥିଲା ଓ ତାଙ୍କ ପିଲାମାନେ ରକ୍ଷା ପାଇଯାଇଥିଲେ।
ଗ୍ୟାଲେରୀରେ ବସିଥିବା ଲୋକମାନେ ସାହସୀ କାର୍ଯ୍ୟ ପାଇଁ ଲୋକ ଜଣଙ୍କୁ ତାଳିମାରି ବଧାଇ ଜଣାଇଥିଲେ। ଏହି ଭିଡିଓଟି espn ତା’ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। ଏହା ଭାଇରାଲ୍ ହେବାରେ ଲାଗିଛି।
Not all heroes wear capes ? pic.twitter.com/OcoJlP2dFS
— ESPN (@espn) 25 August 2018