ବିଶ୍ୱକପ୍ ହକି: କଳିଙ୍ଗ ଷ୍ଟାଡିୟମ୍ ଭିତରେ ରହିବ ଫ୍ୟାନ୍‌ ଭିଲେଜ୍

ଭୁବନେଶ୍ୱର: ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍‌ରେ ଖେଳାଳି ଓ ଫ୍ୟାନ୍‌ଙ୍କ ଭିତରେ ରହିବନି ବେଶି ଦୂରତା। କଳିଙ୍ଗ ଷ୍ଟାଡିୟମ୍‌ରେ ରହିବ ଫ୍ୟାନ୍‌ ଭିଲେଜ୍‌। ହକି ଫିଭର୍‌କୁ ଦ୍ୱିଗୁଣିତ କରିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଆୟୋଜକମାନେ ହାତକୁ ନେଇଛନ୍ତି। ଏହାଦ୍ୱାରା ଦର୍ଶକମାନେ ସେମାନଙ୍କ ମନ ପସନ୍ଦର ଖେଳାଳିଙ୍କୁ ପାଖରୁ ଦେଖିବା ସହିତ ସେମାନଙ୍କ ସହ ହାତ ମିଳାଇବେ, ସେଲ୍‌ଫି ନେବେ, ଅଟୋଗ୍ରାଫ୍‌ ନେବେ ଆଉ କିଛି ସମୟ କଥାବାର୍ତ୍ତା କରିବାର ମଧ୍ୟ ସୁଯୋଗ ପାଇବେ। ତା’ ସହିତ ଏଠାରେ ଲାଇଭ୍‌ ବ୍ୟାଣ୍ଡ୍ ଏବଂ ଫୁଡ୍ କୋର୍ଟର ମଧ୍ୟ ମଜା ନେବେ।

ଭାରତୀୟ ଖେଳାଳି ହୁଅନ୍ତୁ କି ବିଦେଶୀ ଖେଳାଳି, ପ୍ରାକ୍‌ଟିସ କରୁଥିବା ଯେକୌଣସି ଦଳର ପ୍ଲେୟାର ଫ୍ୟାନ୍‌ ଭିଲେଜକୁ ଯିବାର ବ୍ୟବସ୍ଥା ରହିଛି। ଟିକେଟ୍‌ ଧରି ଷ୍ଟାଡିୟମ୍‌କୁ ଅାସିଥିବା ଦର୍ଶକମାନେ ସେଠାରେ ସେମାନଙ୍କୁ ଦେଖିବାର ସୁଯୋଗ ପାଇବେ। ମ୍ୟାଚ୍‌ ଅାରମ୍ଭ ପୂର୍ବରୁ କିମ୍ବା ଚାଲୁଥିବା ବେଳେ ପ୍ରାକ୍‌ଟିସକୁ ଅାସିଥିବା ଦଳର ଖେଳାଳି ଫ୍ୟାନ୍‌ ଭିଲେଜ୍‌ରେ ଦର୍ଶକଙ୍କ ସହ ଇଣ୍ଟରାକ୍ସନ କରିପାରିବେ। ଷ୍ଟାଡିୟମ୍‌ରେ ଥିବା ୩ ନମ୍ବର ଗେଟ୍‌ର ଦୁଇ ପାର୍ଶ୍ୱରେ ଦୁଇଟି ଫ୍ୟାନ୍‌ ଭିଲେଜ୍‌ ରହିବ।

You might also like