ବିରାଟ୍ କୋହଲିଙ୍କ ଲାଇଫ୍ ପାର୍ଟନର୍ ହେବାକୁ ଚାହୁଁଥିଲେ ଏହି ମହିଳା କ୍ରିକେଟର୍, କିନ୍ତୁ…

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲିଙ୍କର ସାରା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି। ଏହି ପ୍ରଶଂସକଙ୍କ ତାଲିକାରେ ଇଂଲଣ୍ଡର ଜଣେ କ୍ରିକେଟର୍ ମଧ୍ୟ ଅଛନ୍ତି। ସେ ହେଉଛନ୍ତି ୨୦୧୭ରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ୍ କରାଇବାର ପ୍ରମୁଖ ଭୂମିକା ବହନ କରିଥିବା ମହିଳା କ୍ରିକେଟର୍ ଡାନିଏଲି ୟାଟ୍ଟ। ୟାଟ୍ଟଙ୍କୁ ନିଜ ଦେଶରେ ଯେତିକି ଭଲପାଇବା ମିଳେ, ସେତିକି ଭାରତରେ ମଧ୍ୟ ମିଳେ।

ଭାରତୀୟ କ୍ରିକେଟରମାନେ ମଧ୍ୟ ୟାଟ୍ଟଙ୍କର ଭଲ ବନ୍ଧୁ। ବିଶେଷକରି କୋହଲି, ୟୁଜବେନ୍ଦ୍ର ଚହଲ୍, ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ସହ ୟାଟ୍ଟଙ୍କ ବହୁତ ଭଲ ସମ୍ପର୍କ ରହିଛି। ୨୨ ଏପ୍ରିଲ୍ ୧୯୯୧ରେ ଜନ୍ମିତ ୟାଟ୍ଟ ମାର୍ଚ୍ଚ, ୨୦୧୦ରେ ଭାରତ ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ। କେବଳ ଏତିକି ନୁହେଁ, ସେ ନିଜର ଟି-୨୦ ଡେବ୍ୟୁ ମଧ୍ୟ ଭାରତ ବିପକ୍ଷରେ କରିଥିଲେ।

ତେବେ ୨୦୧୪ରେ ୟାଟ୍ଟ ଏକ ଟ୍ୱିଟ୍ ପାଇଁ ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ଏପ୍ରିଲ୍‌ ୪, ୨୦୧୪ରେ ୟାଟ୍ଟ ସୋସିଆଲ୍ ମିଡିଆରେ ଖୁଲମ୍ ଖୁଲା ବିରାଟ୍ କୋହଲିଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଭାରତରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବହୁତ ବଢ଼ି ଯାଇଥିଲା। ତେବେ ଡାନିଏଲ୍ ଏହି ମଜାକରେ ଏଭଳି ଟ୍ୱିଟ୍ କରିଥିଲେ, କାରଣ ସେହି ସମୟରେ ବିରାଟଙ୍କ ବ୍ୟାଟ୍ ସାରା ବିଶ୍ୱରେ ଗର୍ଜୁଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଯଦି ୟାଟ୍ଟଙ୍କ ଏହି ପ୍ରସ୍ତାବକୁ ବିରାଟ୍ ଗ୍ରହଣ କରିଥାନ୍ତେ, ତାହେଲେ ଆଜି ହୁଏ ସେ ଅନୁଷ୍କା ଶର୍ମାଙ୍କ ସ୍ଥାନ ନେଇଥାନ୍ତେ।


କେବଳ ବିରାଟ୍ ନୁହନ୍ତି, ୟାଟ୍ଟ ସଚିନଙ୍କ ପୁଅ ଅର୍ଜୁନଙ୍କର ମଧ୍ୟ ଭଲ ବନ୍ଧୁ। ଏପରିକି ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ୟାଟ୍ଟ ଭାରତୀୟ ଦଳର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ କଥାବାର୍ତ୍ତା ଚାଲିଥାଏ। ଚହଲଙ୍କ ଅଧିକାଂଶ ପୋଷ୍ଟରେ ସର୍ବପ୍ରଥମ କମେଣ୍ଟ ଡାନିଏଲର ଆସିଥାଏ।

ସୂଚନାଯୋଗ୍ୟ, ଡାନିଏଲୀ ୨୦୧୭ରେ ମହିଳା କ୍ରିକେଟ୍ ବିଶ୍ୱକପ୍ ଜିତିଥିବା ଇଂଲଣ୍ଡ ଟିମର ସଦସ୍ୟ ରହିସାରିଛନ୍ତି। ୨୦୧୭ରେ ତାଙ୍କୁ ଆଇସିସି ମହିଳା ଟି-୨୦ ଟିମ୍ ଅଫ୍ ଇୟର୍ ଭାବେ ସ୍ଥାନ ମିଳିଥିଲା।