ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରର୍ଦଶନ ଜାରି, ଝଡ଼ିଲାଣି ୪ଟି ୱିକେଟ୍

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ ଟେଷ୍ଟ ବିଜୟର ସ୍ୱାଦ ଦେଇପାରେ। ଚାଲିଥିବା ତୃତୀୟ ଟେଷ୍ଟରେ ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା ଦମ୍‌ଦାର ବୋଲିଂ ଜାରି ରଖିଛନ୍ତି। କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ ୫୨୧ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଘରୋଇ ଦଳକୁ ଇଶାନ୍ତ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛନ୍ତି।

ଭେଟେରାନ୍‌ ଆଲିଷ୍ଟର କୁକ୍‌୧୭ ଓ କେ ଜେନିଙ୍ଗ୍‌ସ ୧୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ସେହିପରି ଅଧିନାୟକ ଜୋ ରୁଟ୍‌ ମଧ୍ୟ ୧୩ ରନ୍‌ କରି ବୁମ୍‌ରାଙ୍କ ଶିକାର ହୋଇଛନ୍ତି। ସାମି ମଧ୍ୟ ପଛରେ ନ ପଡ଼ି ପୋପ୍‌ଙ୍କୁ ପଡ଼ିଆ ବାହାରକୁ ପଠାଇଦେଇଛନ୍ତି। ଶେଷ ଖବର ସୁଦ୍ଧା ଟିମ୍‌ ଇଂଲଣ୍ଡ ୪ ୱିକେଟ୍‌ ହରାଇ ୬୨ ରନ୍‌ ସଂଗ୍ରହ କରିଛି। ଏବେ ବି ବିଜୟ ଲକ୍ଷ୍ୟ ଠାରୁ ଇଂଲଣ୍ଡ ୪୫୯ରନ୍‌ ପଛରେ ରହିଛି। ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ଓ  ବଟ୍‌ଲର କ୍ରିଜ୍‌ରେ ଭାରତୀୟ ବୋଲର୍‌ଙ୍କୁ ମୁକାବିଲା କରୁଛନ୍ତି।

You might also like