ହକି ବିଶ୍ୱକପ୍‌ ଫାଇନାଲରେ ବେଲଜିୟମ୍

ଭୁବନେଶ୍ୱର : ହକି ବିଶ୍ୱକପରେ ଇଂଲଣ୍ଡକୁ ହରାଇ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଛି ବେଲଜିୟମ ଟିମ୍‌। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ବେଲଜିୟମ ଟିମ୍ ୬-୦ ଗୋଲରେ ବିଜୟୀ ହୋଇଛି।

ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା ବେଲଜିୟମ୍। ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ବେଲଜିୟମ ଟିମ୍‌କୁ ଅଷ୍ଟମ ମିନିଟରେ ପ୍ରଥମ ସଫଳତା ମିଳିଥିଲା। ଏହାପରେ ୧୯ତମ ମିନିଟରେ ଜି. ସିମନ୍ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଦୁଇଟି ଗୋଲ ପରେ ଇଂଲଣ୍ଡ ଟିମ୍‌ ପୁରା ଚାପରେ ରହିଥିଲା।

ତୃତୀୟାର୍ଦ୍ଧରେ ଆଲେକଜାଣ୍ଡାର ଦୁଇଟି ପେନାଲଟି କର୍ଣ୍ଣରକୁ ଗୋଲ ଦେଇ ବିଜୟ ବ୍ୟବଧାନକୁ ବଢାଇଥିଲେ। ଏହାପରେ ୫୩ ତମ ମିନିଟରେ ସେବାଷ୍ଟିନ ଗୋଲଦେଇ ବେଲଜିୟମ ଦଳକୁ ୬-୦ଗୋଲରେ ବିଜୟୀ କରାଇଥିଲେ।

ସେହିପରି ଦ୍ୱିତୀୟ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଦେଶ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ ମଧ୍ୟରେ ଟକ୍କର ଚାଲିଛି।

You might also like