ଆଜି ୱାର୍ଲଡ୍‌ କପ୍‌ ବିଗ୍‌ ଫାଇଟ୍‌, ଯିଏ ଜିତିବ ରଚିବ ଇତିହାସ

ନୂଆଦିଲ୍ଲୀ:ସ୍ପୋର୍ଟସ୍‌ ୱାର୍ଲଡ୍‌ର ଆଜି ସୁପର ସଣ୍ଡେ। ୪୪ଦିନର ସଂଘର୍ଷ ଓ ରୋମାଞ୍ଚ ଶେଷ ହେବା ପରେ ଆଜି ଅନୁଷ୍ଠିତ ହେବ କ୍ରିକେଟ୍ ବିଶ୍ୱକପ୍‌ର ଟାଇଟଲ୍ ଟକ୍କର । ମୁହାଁମୁହିଁ ହେବେ ଆୟୋଜକ ଇଂଲଣ୍ଡ-ନ୍ୟୁଜିଲାଣ୍ଡ। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଏହି ମ୍ୟାଚ ହେବ।

ଆଜି ସାରା ବିଶ୍ୱ ଦେଖିବ କିଏ ହେବ ଚାମ୍ପିଅନ୍‌। ଯିଏ ବି ହେଉନା କାହିଁକି ୱାର୍ଲଡ କପ୍‌ ଇତିହାସରେ ଜଣେ ନୂଆ ଚାମ୍ପିଅନଙ୍କ ନାଁ ସାମିଲ୍‌ ହେବ।

ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପୂର୍ବରୁ ବିଶ୍ୱକପ୍ ଫାଇନାଲ୍ ଖେଳିସାରିଛନ୍ତି। ହେଲେ କେବେ ବି ବିଶ୍ୱକପ୍ ଟ୍ରଫି ଧରିପାରି ନାହାନ୍ତି। ଆଜିର ମ୍ୟାଚ ଯିଏ ଜିତିବ ସେ ରଚିବ ନୂଆ ଇତିହାସ ।

ଦୀର୍ଘ ୨୭ ବର୍ଷ ପରେ ଇଂଲଣ୍ଡ ଫାଇନାଲ୍ ଖେଳିବାକୁ ଯାଉଛି। ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ୨୦୧୫ ବିଶ୍ୱକପ ଫାଇନାଲ୍ ଖେଳିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରି ଚାମ୍ପିୟନ ହେବାର ସୁଯୋଗ ହାତଛଡ଼ା କରିଥିଲା।

ଆଜିର ମ୍ୟାଚ ବେଶ ରୋମାଞ୍ଚକ ହେବ। ଲିଗ୍ ମ୍ୟାଚରେ ଇଂଲଣ୍ଡ ୧୧୯ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଘରୋଇ ଗ୍ରାଉଣ୍ଡରେ ଖେଳୁଥିବା ଇଂଲଣ୍ଡର ବ୍ୟାଟିଂ ବିଭାଗ ବେଶ୍ ଶକ୍ତିଶାଳୀ ରହିଛି । ଦଳର ଓପନର ଜାସନ୍ ରୟ୍, ବେୟାରଷ୍ଟୋଙ୍କ ସହ ଜୋରୁଟ୍ ଓ ଅଧିନାୟକ ମୋର୍ଗାନ ଫୁଲ୍ ଫର୍ମରେ ଅଛନ୍ତି।

ସେପଟେ ନୁ୍ୟଜିଲାଣ୍ଡ ଟିମ୍ ମଧ୍ୟ ଲିଗରେ ବହୁ ଶକ୍ତିଶାଳୀ ଟିମକୁ ହରାଇଥିବାରୁ ଆଜି ଏକ ଦମଦାର ଫାଇଟ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

 

You might also like