• translate
Minati Mishra

ନୂଆଦିଲ୍ଲୀ:ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ। ଏଥର ଆଉ ଏକ ସଫଳତାକୁ ନେଇ। ସୋନି ଚ୍ୟାନେଲରେ ବହୁଳ ପ୍ରସାରିତ  କପିଲ ଶର୍ମା ସୋ’ରେ ଭାଗ ନେଇଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ । ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଲୋକପ୍ରିୟ ଶୋ’ ରେ ଭାଗ ନେଉଛନ୍ତି। ଏଥିପାଇଁ ତାଙ୍କ ପାଖକୁ ନିମନ୍ତ୍ରଣ ଆସିଥିବା ଦୂତୀ ତାଙ୍କ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି।

ସେ ଫେସ୍‌ବୁକ୍‌ରେ ଲେଖିଛନ୍ତି, ‘କପିଲ ଶର୍ମା ଶୋ’ରେ ପାଦ ଥାପିଥିବାରୁ ମୁଁ ବହୁତ ଆନନ୍ଦିତ।’ ସେହିପରି କପିଲ ଶର୍ମାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଆପଣ ମୋତେ ଏପରି ନିଆରା ସୋ’ରେ ଭାଗ ନେବାପାଇଁ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ।’ ସୋର କିଛି ଫଟୋ ମଧ୍ୟ ଦୂତୀ ଫେସ୍‌ ବୁକ୍‌ରେ ସେୟାର କରିଛନ୍ତି ଯେଉଁଥିଲେ ଦୂତୀଙ୍କ ସହ ଅଛନ୍ତି ଫୁଟବଲ ଖଳାଳି ବାଇଚୁଙ୍ଗ ଭୁତିଆ, କପିଲ ଶର୍ମା ଓ ଅନ୍ୟମାନେ ।  ତେବେ ଏହି ଏପିସୋଡ୍‌ର ପ୍ରସାରଣ କେବେ ହେବ ତାହା ଜଣାପଡ଼ି ନାହିଁ।

ଏଠାରେ ମନେ ପକାଇ ଦେବାକୁ ଚାହିଁବୁ ଯେ, ନିକଟରେ ଦୂତୀ ନିଜର ସମଲିଙ୍ଗୀ ସମ୍ପର୍କକୁ ଖୁଲାସା କରିଥିଲେ। ସେ କହିଥିଲେ ‘ମୁଁ ମୋ କଥା ସାରା ଦୁନିଆକୁ ଜଣେଇ ସାରିଛି। ମୋର ସମଲିଙ୍ଗୀ ସମ୍ପର୍କ ଅଛି ଓ ମୁଁ ସେଥିରେ ଖୁସୀ ବି ଅଛି।‘

ଏହି ଘଟଣାକୁ ନେଇ ଖୁବ୍‌ ସମାଲୋଚିତ ମଧ୍ୟ ହୋଇଥିଲେ ଦୂତୀ। ଅନ୍ତର୍ଜାତୀୟ ସ୍ତରର ଜଣେ ଖେଳାଳିଙ୍କର ଏପରି ସମ୍ପର୍କକୁ ନେଇ ସ୍ଥାନୀୟ ଗଣମାଧ୍ୟମଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ବେଶ ଆଲୋଚନା ହୋଇଥିଲା।

ଏବେ ଆଲୋଚନା ହେଉଛି, ଏହି ଚର୍ଚ୍ଚା, ସମାଲୋଚନା କପିଲ ଶର୍ମା ସୋ’ରେ ଭାଗ ନେଇ ପାଇଁ ଦୂତୀଙ୍କ ପାଇଁ ବାଟ ଫିଟାଇ ଦେଲାନି ତ !

 

Other Stories