ଓଡ଼ିଶା ଫେରିଲେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ

ସଚିବାଳୟରେ ଦୂତୀଙ୍କୁ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାକର୍ତ୍ତା ଏସିଅାନ୍ ଗେମ୍‌ସରେ ଚମକିବା ପରେ ଓଡ଼ିଶା ଫେରିଛନ୍ତି ଦୂତୀ ଚାନ୍ଦ୍। ଦୂତୀ ଅାଜି ଓଡ଼ିଶା ଫେରିବା ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ଦୂତୀଙ୍କ ପାଇଁ ଘୋଷଣା କରିଥିବା ୩ କୋଟି ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଦୂତୀ ଅାଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଅାଯାଇଥିଲା।

ରାଜ୍ୟ କ୍ରୀଡ଼ା ବିଭାଗ, ଓଡ଼ିଶା ଅାଥଲେଟିକ୍ ଅାସୋସିଏସନର ଅଧିକାରୀ ଓ  ଭୁବନେଶ୍ୱର ମେୟର ପ୍ରମୁଖ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଚଳିତ ଏସିଅାନ୍ ଗେମ୍‌ସରେ ଦୂତୀ ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ଓ ୨୦୦ ମିଟର୍ ଦୌଡରେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସଫଳତା ହାସଲ କରି ଉଭୟ ଦେଶ ଓ ରାଜ୍ୟ ପାଇଁ ଗୌରବ ଅାଣିଛନ୍ତି।

You might also like