ଚମକିଲେ ଦୂତୀ

ମହିଳା ୨ଶହ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ

ଜାକର୍ତ୍ତା : ଜାକର୍ତ୍ତା ଏସିଅାଡ୍‌ରେ ଚମକିଲେ ଓଡିଅା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ମହିଳା ୨ଶହ ମିଟର ଫାଇନାଲରେ ରୌପ୍ୟ ପଦକ ହାସଲ କରିଛନ୍ତି ଧାବିକା ଦୂତୀ ଚାନ୍ଦ।

୨୦୦ ମିଟର ରେସ୍‌କୁ ସେ ୨୩. ୨୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି। ପୂର୍ବରୁ ଶହେ ମିଟର ଦୌଡ଼ରେ ସେ ରୌପ୍ୟ ପଦକ ପାଇଥିଲେ।

 


ଏସିଅାନ୍ ଗେମ୍ସରେ ଦୂତୀଙ୍କ ସଫଳତା ନେଇ ଛୁଟୁଛି ଶୁଭେଚ୍ଛାର ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କ ରୌପ୍ୟ ପଦକ ହାସଲରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୂତୀଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି।

You might also like