୧୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଲେ ଦୂତୀ

ଜାକର୍ତ୍ତା: ଏସିଅାନ୍ ଗେମ୍ସରେ ଚମକିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ଦୌଡ଼ରେ ଦୂତୀଙ୍କୁ ମିଳିଛି ରୌପ୍ୟ ପଦକ । ୧୧.୩୨ ସେକେଣ୍ଡରେ ଦୂତୀ ଏହି ଦୂରତ୍ୱ ହାସଲ କରି ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି।

ଏଥି ସହିତ ଦୀର୍ଘ ୨୦ ବର୍ଷ ପରେ ଏସିଅାନ ଗେମ୍ସର ୧୦୦ ମିଟର ଦୌଡ ଇଭେଣ୍ଟରେ ଭାରତକୁ ମିଳିଛି ପଦକ। ଶେଷ ଥର ପାଇଁ ୧୯୯୮ ଏସିଅାଡର ୧୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଥିଲା ଭାରତ।  ଓ଼ଡିଅା ସ୍ପ୍ରିଣ୍ଟର ରଚିତା ପଣ୍ଡା କାଂସ୍ୟ ପଦକ ହାସଲ କରି ଭାରତ ପାଇଁ ଅାଣିଥିଲେ ଏହି ସଫଳତା।

୨୦୧୮ ଏସିଅାନ ଗେମ୍ସରେ ପ୍ରଥମ ଓଡ଼ିଆ ଅାଥଲେଟ୍  ଭାବରେ ଦୂତୀ ମେଡାଲ ହାସଲ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଦୂତୀଙ୍କ ଏହା ହେଉଛି ପ୍ରଥମ ଏସିଅାଡ  ପଦାର୍ପଣ। ଦୂତୀଙ୍କ ସଫଳତା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ସେହିଭଳି ଓଡ଼ିଶା ଆଥ୍‌ଲେଟିକ୍ ଅାସୋସିଏସନ୍‌ର ସଂପାଦକ ଅାଶୀର୍ବାଦ ବେହେରା ମଧ୍ୟ ଦୂତୀଙ୍କ ଶୁଭେଚ୍ଛା ଜଣାଇଛନ୍ତି । ଦୂତୀଙ୍କ ଏହି ସଫଳତା ପାଇଁ ଓଡ଼ିଶା ଅାଥଲେଟିକ୍‌ ଅାସୋସିଏସନ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

You might also like