୧୦୦ ମିଟର ମହିଳା ଦୌଡ଼ ଫାଇନାଲରେ ଦୂତି ଚାନ୍ଦ
ଏସିଅାନ୍ ଗେମ୍ସରେ ଭାରତକୁ ଅାଉ ୨ ରୌପ୍ୟ
ଜାକର୍ତ୍ତା : ଏସିଅାନ୍ ଗେମ୍ସ ୧୦୦ ମିଟର ମହିଳା ଦୌଡ଼ ଫାଇନାଲରେ ପହଞ୍ଚିଲେ ଓଡ଼ିଆ ତାରକା ଦୂତୀ ଚାନ୍ଦ। ୧୧.୪୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରି ଫାଇନାଲରେ ଦୂତୀ। ଅାଜି ରାତି ୭ଟା ୪୦ରେ ଗୋଲ୍ଡ ପାଇଁ ଲଢ଼ିବେ ଦୂତୀ।
ସେପଟେ ଏସିଅାନ୍ ଗେମ୍ସରେ ଭାରତକୁ ମିଳିଛି ଅାଉ ୨ଟି ରୌପ୍ୟ ପଦକ । ମହିଳା ୪୦୦ ମିଟର ଦୌଡ଼ରେ ହିମା ଦାସଙ୍କୁ ରୌପ୍ୟ ଓ ପୁରୁଷ ୪ଶହ ମିଟର ଦୌଡ଼ରେ ମହମ୍ମଦ ଅାନସଙ୍କୁ ମଧ୍ୟ ମିଳିଛି ରୌପ୍ୟ ପଦକ।
ଏହାସହ ବ୍ୟାଡମିଣ୍ଟନରେ ପଦକ ସୁନିଶ୍ଚିତ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହେଓ୍ୱାଲ । ଅାଜି କ୍ୱାର୍ଟର ଫାଇନାଲ ମୁକାବିଲାରେ ଥାଇଲାଣ୍ଡ ପ୍ରତିପକ୍ଷଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି ସାଇନା। ଏଥିସହିତ ସାଇନା ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାତେଇବାର ନିକଟତର ହୋଇଛନ୍ତି।
ସେପଟେ ଅନ୍ୟତମ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ମଧ୍ୟ ନିଜ ଥାଇଲାଣ୍ଡ ପ୍ରତିପକ୍ଷଙ୍କୁ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରି ପଦକ ସୁନିଶ୍ଚିତ କରିଛନ୍ତି।