ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

ମୁମ୍ବାଇ : ଭଗ୍ ମାଗାଜିନ୍ ପକ୍ଷରୁ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ମିଳିଲା ସ୍ପୋଟର୍ସ ‘ପରସନ୍ ଅଫ୍ ଦ ଇୟର’ ସମ୍ମାନ। ଗତକାଲି ସଂଧ୍ୟାରେ ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଦୂତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଲମ୍ବା ସମୟ ଧରି କ୍ରୀଡ଼ା କ୍ଷେତ୍ରରେ ଦୂତିଙ୍କ ସଫଳତା ଓ ତାଙ୍କ ସଂଘର୍ଷ କାହାଣୀ ପାଇଁ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି।

ସେହିଭଳି ଚଳିତ ବର୍ଷ ଭୋଗ୍ ମ୍ୟାନ୍ ଅଫ୍ ଦ ଇୟର ସମ୍ମାନ ଅଭିନେତା ରଣବୀର ସିଂହଙ୍କୁ ମିଳିଥିବା ବେଳେ ଅନ୍ୟାନ୍ୟ ବର୍ଗରେ ଅଭିନେତ୍ରୀ କାଟ୍ରିନା କୈଫ୍, ଅନୁଷ୍କା ଶର୍ମା, ଆଲିଆ ଭଟ୍ଟଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।

You might also like