ଆଜି ଫାଇନାଲକୁ ଓହ୍ଲାଇବେ ଦୂତୀ
ଜାକର୍ତ୍ତା: ଜାକର୍ତ୍ତା ଏସିଆଡ୍ରେ ଓଡିଆ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ଦ୍ୱିତୀୟ ପଦକ ଆଶା ଦେଇଛନ୍ତି। ମହିଳା ୨ ଶହ ମିଟରର ଫାଇନାଲକୁ ଦୂତୀ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ସେ ୨୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରିବା ସହ ଟେବୁଲ୍ ଟପ୍ରେ ରହିଥିଲେ। ଆଜି ଦୂତୀ ଫାଇନାଲକୁ ଓହ୍ଲାଇବେ। ଦୂତୀଙ୍କ ସଫଳତା କାମନା କରି ଶୁଭେଚ୍ଛାର ସୁଅ ଛୁଟୁଛି। ପୁଣିଥରେ ଦେଶପାଇଁ ମେଡାଲ ଆଣିବାକୁ କାମନା କରିଛନ୍ତି ଆନ୍ତର୍ଜାତିକ କ୍ରୀଡାବିତ୍।
ଦୂତୀଙ୍କ ସଫଳତା କାମନା କରି ତାଙ୍କ ଗାଁ ରେ ଆଜି ଚାଲିଛି ପୂଜାର୍ଚ୍ଚନା।