ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଆଇପିଏଲ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଏଥର ଆଇପିଏଲ୍‌ ଖେଳ ହେବା ନେଇ ସନ୍ଦେହ ଉପୁଜିଛି। କାରଣ ଆଜି ପ୍ରଧାନମନ୍ତ୍ରୀ ମେ-୩କୁ ଲକ୍‌ଡାଉନ୍ ଘୁଞ୍ଚାଇ ଦେବା ପରେ ବିସିସିଆଇ ମଧ୍ୟ ଆଇପିଏଲ କାର୍ଯ୍ୟସୂଚୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି।

ପୂର୍ବରୁ ଘୋଷଣା ହୋଇଥିବା ଲକ୍‌ଡାଉନ୍ ଅବଧି ଏପ୍ରିଲ ୧୪ ରେ ସରିବା ପରେ ଆଇପିଏଲ ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ବିସିସିଆଇ କହିଥିଲା। ହେଲେ ଏବେ କରୋନା ସ୍ଥିତି ସୁଧୁରିଲେ ଓ ଲକଡାଉନ ପୂର୍ଣ୍ଣମାତ୍ରାରେ ହଟିବା ପରେ ଯାଇ ତାରିଖ ଧାର୍ଯ୍ୟ କରାଯିବ ବୋଲି ବିସିସିଆଇ କହିଛି। ତେବେ କରୋନା ସ୍ଥିତି କେବେ ସୁଧୁରିବ। କେବେ ଲକ୍‌ ହାଟିବ ସେନେଇ କୈଣସି ଶୁନିଶ୍ଚିତତା ଜଣା ନପଡ଼ିବାରୁ ଏ ବର୍ଷ ଆଇପିଏଲ ହେବ କି ନାହିଁ ସେଇ ଆଶଙ୍କାରେ କୀଡ଼ା ପ୍ରେମୀ।

କାରଣ ମାର୍ଚ୍ଚ ୨୯ ତାରିଖରେ ଆପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବାର ଥିଲା। ହେଲେ କରୋନା ପାଇଁ ୨୧ ଦିନିଆ ଲକଡାଉନ ୨୫ ମାର୍ଚ୍ଚରୁ ଲାଗିବାରୁ ଏହାକୁ ବିସିସିଆଇ ଏପ୍ରିଲ ୧୪ ଯାଏ ସ୍ଥଗିତ ରଖିଥିଲା। ଏବେ ମେ’ ୩ ଯାଏ ଲକଡାଉନ ହେବାରୁ ଆଇପିଏଲକୁ ଚଳିତ ବର୍ଷ ପାଇଁ ବାତିଲ କରାଯିବାର ଆଶଙ୍କା ପ୍ରକାଶ ପାଇଛି।

ମେ’ ମଧ୍ୟ ଭାଗରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ତେଣୁ ବିଦେଶୀ ଖେଳାଳିମାନେ ନିଜ ଦେଶ ପାଇଁ ମ୍ୟାଚ୍‌ ଖେଳିବାକୁ ଅଧିକ ଆଗ୍ରହ ପ୍ରକାଶ କରିବେ। ଏପରି ସ୍ଥିତିରେ ସେମାନେ ଆଇପିଏଲ ଖେଳିବାକୁ ନ ଆସି ପାରନ୍ତି।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିକଟରେ କହିଥିଲେ, “ବିଶ୍ୱରେ ଜୀବନଯାତ୍ରା ସ୍ୱାଭାବିକ ହେବା ପରେ ଭାରତରେ ଆଇପିଏଲ କଥା ଚିନ୍ତା କରାଯିବ। ଆମେ ସ୍ଥିତି ଉପରେ ନଜର ରଖିଛୁ। ବର୍ତ୍ତମାନ ସ୍ଥିତିରେ ଆମେ କିଛି ବି କହିପାରିବୁ ନାହିଁ। ବିମାନବନ୍ଦର ବନ୍ଦ, ଲୋକମାନେ ଘରେ ଅଛନ୍ତି, ଅଫିସ ବନ୍ଦ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ବାରଣ କରାଯାଇଛି। ତେଣୁ ଏପରି ସ୍ଥିତିରେ ଆଇପିଏଲ ଉପରେ ନିଷ୍ପତ୍ତି ନେବା ଠିକ ହେବନାହିଁ।”

ଭାରତରେ ଲକଡାଉନ ଶେଷ ହୋଇଗଲେ କିମ୍ବା ସ୍ଥିତି ସାମନ୍ୟ ହୋଇଗଲେ ବି ଆଇପିଏଲ ସମ୍ଭବ ହୋଇପାରିବ ନାହିଁ। କାରଣ ଆଇପିଏଲ ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ଖେଳାଳି ଆସିବେ। ତେଣୁ ଯେଉଁ ଦେଶରୁ ଖେଳାଳି ଆସିବେ, ସେଠାକାର ସ୍ଥିତି ମଧ୍ୟ ସୁଧୁରିବା ଦରକାର। ଅକ୍ଟୋବର-ନଭେମ୍ବର ମାସରେ ଟି-୨୦ ବିଶ୍ୱକପ ଖେଳାଯିବ। ଏପରି ସ୍ଥିତିରେ ଆଇପିଏଲ ଉପରେ ସବୁ ପ୍ରକାର ବିପଦ ରହିଛି।

କେବଳ ଆପିଏଲ ନୁହେଁ କରୋନା ପାଇଁ ୟୁରୋ କପ ୨୦୨୦କୁ ୨୦୨୧ ଯାଏ ଘୁଞ୍ଚାଇ ଦିଆଯାଇଛି। ସେହିପରି ଟୋକିଓ ଅଲିମ୍ପିକ୍ସ ବି ଗୋଟିଏ ବର୍ଷ ପାଇଁ ସ୍ଥଗିତ ରହିଛି। ଚାମ୍ପିୟନ ଲିଗ ଓ ୟୁରୋପ ଲିଗ ଫାଇନାଲ୍ସକୁ ବାତିଲ କରାଯାଇଛି।

You might also like