କାହିଁକି ପିସ୍ତଲ ଖୋଜୁଛନ୍ତି ଧୋନୀଙ୍କ ପତ୍ନୀ ?

ପିସ୍ତଲ ଲାଇସେନ୍ସ ମାଗିଲେ ସାକ୍ଷୀ

ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ପିସ୍ତଲ ଲାଇସେନସ ପାଇଁ ଅାବେଦନ କରିଛନ୍ତି I ସାକ୍ଷୀ ଅାବେଦନ ପତ୍ରରେ ଲେଖିଛନ୍ତି ଯେ ସେ ଅଧିକ ସମୟ ଘରେ ଏକା ରହୁଛନ୍ତି I  ତାଙ୍କ ଜୀବନକୁ ବିପଦ ଅଛି ,ଏଥିପାଇଁ ତାଙ୍କୁ ହତିଅାର ରଖିବାର ଲାଇସେନସ ଦିଅାଯାଉ I
ସାକ୍ଷୀ ପିସ୍ତଲ କିମ୍ବା 0.32 ରିଭଲଭର ଲାଇସେନସ ପାଇଁ ଅାବେଦନ କରିଛନ୍ତି I ରାଞ୍ଚି ମାଜିଷ୍ଟ୍ରେଟ ବାଲାଂଗୋଡା ପୋଲିସ ଷ୍ଟେସନକୁ ସାକ୍ଷୀଙ୍କ ଅାବେଦନ ପତ୍ର ପଠାଇଛନ୍ତି I ତାଙ୍କ ନାମରେ ପୂର୍ବରୁ କୌଣସି କେସ୍ ନଥିବା ରାଞ୍ଚି ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି I ସାକ୍ଷୀଙ୍କ ଏହି ଫାଇଲ ଏବେ ପ୍ରୋସେସିଂରେ ରହିଛି I

pistolଏବେ ମହେନ୍ଦ୍ର ସିଂ ଧୋନୀ ରାଞ୍ଚି ସହର ଠାରୁ ଦୂରରେ ଏକ ବଙ୍ଗଳାରେ ରହୁଛନ୍ତି I ଏହି ବଙ୍ଗଳାରେ ଅତ୍ୟାଧୁନିକ ଅସ୍ତ୍ର ରଖିଥିବା ୭ ଜଣ ସୁରକ୍ଷା କର୍ମୀ ଦାୟିତ୍ୱରେ ଅଛନ୍ତି I ପତ୍ନୀ ସାକ୍ଷୀ ଯେତେବେଳେ ଘରୁ ବାହାରକୁ ଯାଅାନ୍ତି ସେତେବେଳେ ସ୍ଥାନୀୟ ଥାନାକୁ ଜଣେଇ ଯାଅାନ୍ତି I ସେତେବେଳେ ସୁରକ୍ଷା ବଢାଇ ଦିଅାଯାଇଥାଏ I
ରାଇଫଲ ଚଳାଇବା ସଉକ ରଖିଥିବା ଧୋନୀ ୯ ବର୍ଷ ପୂର୍ବରୁ ପିସ୍ତଲ କିଣିଥିଲେ I ସେତେବେଳେ ଧୋନୀଙ୍କୁ ଲାଇସେନ୍ସ ପାଇଁ ଅନେକ କସରତ କରିବାକୁ ପଡିଥିଲା I

You might also like