ଆଘାତ କାରଣରୁ ବିଶ୍ୱକପ୍‌ର ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍ ପଡ଼ିଲେ ଧାଓ୍ୱନ

ନୂଆଦିଲ୍ଲୀ: ଆଘାତ କାରଣରୁ ବିଶ୍ୱକପ୍‌ର ପରବର୍ତ୍ତୀ ମ୍ୟାଚ ଖେଳିପାରିବେ ନାହିଁ ଓପନର ଶିଖର ଧାଓ୍ୱନ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଶିଖର ଗୁରୁତର ଆହତ ହୋଇଥିଲେ।

ଶିଖରଙ୍କ ବାମ ହାତର ଅଙ୍ଗୁଳିରେ ଆଘାତ ଲାଗିଛି। ଧାଓ୍ୱନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବାଉନ୍ସ ବଲ୍‌କୁ ସାମ୍ନା କରିବା ବେଳେ ବାମ ହାତର ଅଙ୍ଗୁଳିରେ ଆଘାତ ପାଇଥିଲେ। କିନ୍ତୁ ବିଶ୍ରାମ ନନେଇ ସେ ଦମଦାର ଶତକ ମାରିଥିଲେ। ଅବଶ୍ୟ ଏହାପରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇ ନଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଫିଲ୍ଡିଂ କରିଥିଲେ।

ଡାକ୍ତର ଏବେ ଧାଓ୍ୱନଙ୍କୁ ତିନି ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ତେଣୁ ବିଶ୍ୱକପ୍‌ର ମ୍ୟାଚ୍‌ରେ ତାଙ୍କର ଖେଳିବାର ପାଳି ଆଉ ପଡି ନ ପାରେ! ଏହା ଭିତରେ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ବିସିସିଆଇକୁ ଶିଖର ଧାଓ୍ୱନଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ଇଂଲଣ୍ଡ ପଠାଇବା ପାଇଁ ଅନୁମତି ମାଗିଛି।

ଆସନ୍ତା ୧୩ରେ ନ୍ୟୁଜିଲାଣ୍ଡ୍‌ ଏବଂ ଜୁନ୍ ୧୬ରେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ହିଁ ଟିମ୍ ଇଣ୍ଡିଆକୁ ଏହା ଏକ ବଡ଼ ଝଟକା ଲାଗିଥିବା କୁହାଯାଉଛି।

You might also like