ବାଙ୍ଗାଲୋରକୁ ୧୯୬ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ

ଦୁବାଇ: ଆଇପିଏଲର ୧୯ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦିଲ୍ଲୀ ପ୍ରଥମେ ବ୍ୟାଟିଙ୍ଗ କରି ବାଙ୍ଗାଲୋରକୁ ୧୯୬ ରନ୍‌ର ଟାର୍ଗେଟ ଦେଇଛି।

ଦିଲ୍ଲୀ ପକ୍ଷରୁ ଦୁଇ ଓପନର ପୃଥ୍ୱୀ ଶ’୨୩ ବଲରୁ ୪୨ ରନ୍‌ ଏବଂ ଶିଖର ଧୱନ ୨୮ ବଲ୍‌ରୁ ୩୨ ରନ୍‌ର ଆରମ୍ଭ ପରେ ଶେଷ ଭାଗରେ ମାର୍କସ ଷ୍ଟୋଇନିସ୍‌ ଓ ଋଷଭ ପନ୍ତ ଜବରଦସ୍ତ ବ୍ୟାଟିଂ କରିଥିଲେ। ପନ୍ତ ୨୪ ବଲରେ ୩୭ ଓ ଷ୍ଟୋଇନିସଙ୍କ ୬୨ ରନ୍‌ ସହ ଶ’ଙ୍କ ୪୨ ରନ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୯୬ ରନ୍‌ କରିପାରିଛି। ଶ୍ରେୟସ ଆୟର ୧୩ ବଲର୍‌ରେ ୧୧ ରନ୍‌ କରି ପାଡିକଲଙ୍କ ହାତରେ କ୍ୟାଚ୍ ହୋଇ ପାଭିଲିୟନ ଫେରିଥିଲେ ।

ଦୁଇ ଓପନର ଶ’ ଓ ଧୱନ ବିସ୍ଫୋରକ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲେ। ଉଭୟ ବିନା କୌଣସି ୱିକେଟରେ ୬.୪ ଓଭର୍‌ରେ ଦଳ ପାଇଁ ୬୮ ରନ୍‌ ଆଦାୟ କରିଥିଲେ। ତେବେ ମହମ୍ମଦ ସିରାଜ ଶ’ଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ ଶିଖର ଧୱନ(୩୨) ଉଦାନାଙ୍କ ଶିକାର ବନିଥିଲେ।

ଶ୍ରେୟସ ୧୧ ରନ୍‌ କରି ଆଉଟ୍ ହେବା ପରେ ଷ୍ଟୋଇନିସ୍‌ ଓ ପନ୍ତ ପାଳି ଆରମ୍ଭ କରିଥିଲେ। ଷ୍ଟୋଇନିସ୍‌ ଜବରଦସ୍ତ ବ୍ୟାଟିଂ କରି ୨୪ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ପନ୍ତ ୨୫ ବଲ୍‌ରେ ୩୭ ରନ୍‌ କରି ସିରାଜଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

You might also like