ରାଜସ୍ଥାନକୁ ୧୮୪ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲର ୨୩ ତମ ମୁକାବିଲାରେ ଆଜି ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ଶାରଜା ଷ୍ଟାଡିୟମ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅପରପକ୍ଷରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୮୪ ରନ୍‌ର ଟାର୍ଗେଟ୍ ଦେଇଛି।

ଦିଲ୍ଲୀ ପକ୍ଷରୁ ଶିମରମ ହେଟମେୟରଙ୍କ ବିସ୍ଫୋରକ ୪୫ ରନ୍‌ କରିଥିଲେ। ସେହିପରି ମାର୍କସ ଷ୍ଟୋଇନିସ ମଧ୍ୟ ୩୦ ରନ୍‌ର ଦମ୍‌ଦାର ପାଳି ଖେଳିଥିଲେ।‌ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ ୮ ୱିକେଟ ହରାଇ ୨୦ ଓଭର୍‌ରେ ୧୮୪ ରନ୍‌ କରିପାରିଥିଲା। ସେହିଭଳି ଦଳର ଅନ୍ୟ ଦୁଇ ବ୍ୟଟ୍ସମ୍ୟାନ୍ ଅକ୍ଷର ପଟେଲ୍‌ ୭ ବଲରେ ୧୭ ରନ୍‌ କରି ଆଉଟ ହୋଇଥିଲା ବେଳେ ହର୍ଷ ପଟେଲ ୧୬ ରନ୍‌ କରିଥିଲେ।

ଟସ୍‌ ଜିତିବା ପରେ ରାଜସ୍ଥାନ କ୍ୟାପ୍ଟେନ ଷ୍ଟିଭ୍‌ ସ୍ମିଥ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଦଳ ପକ୍ଷରୁ ଜୋଫ୍ରା ଆର୍ଚର ୪ ଓଭରରେ ୨୪ ରନ୍‌ ଦେଇ ୩ ୱିକେଟ୍‌ ନେଇଥିଲେ। ସେହିଭଳି କିର୍ତ୍ତିକ ତ୍ୟାଗି ୪ ଓଭର ବୋଲିଂ କରି ୩୫ ରନ୍‌ ଦେଇଥିବା ବେଳେ ଆଣ୍ଡ୍ର୍ୟୁ ଟିୟେ ୪ ଓଭରରେ ୫୦ ରନ୍‌ ଦେଇ ଗୋଟିଏ ୱିକେଟ ନେଇଥିଲେ। ରାହୁଲ ତେୱାତିଆ ୪ ଓଭରରେ ୨୦ ରନ୍‌ ଦେଇ ଗୋଟିଏ ୱିକେଟ୍ ନେବାକୁ ସକ୍ଷମ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like