BCCI ସିନିୟର ଚୟନ କମିଟିର ସଦସ୍ୟ ହେଲେ ଦେବାଶିଷ ମହାନ୍ତି
ଭୁବନେଶ୍ୱର: BCCI ସିନିୟର ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତି। ଚେତନ ଶର୍ମା ଓ ଆବେ କୁରୁଭିଲ୍ଲା ମଧ୍ୟ ସିନିୟର ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି। ୫ ଜଣିଆ ସିନିୟର ଚୟନ କମିଟିର ଅନ୍ୟ ଦୁଇ ଜଣ ହେଲେ ସୁନୀଲ ଯୋଶୀ ଓ ହରବିନ୍ଦର ସିଂହ।
ଅନ୍ୟପଟେ ଚେତନ ଶର୍ମାଙ୍କୁ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ସିନିୟର ଚୟନ କମିଟିର ସଦସ୍ୟ ନିଯୁକ୍ତି ପାଇଁ BCCI କ୍ରିକେଟ ଆଡଭାଇଜରୀ କମିଟି ନାମ ସୁପାରିସ କରିଥିଲା। ବିସିସିଆଇ କମିଟିରେ ସଦସ୍ୟତା ପାଇବା ପାଇଁ ଦେବାଶିଷ ଆବେଦନ କରିଥିଲେ। ଭାରତ ପକ୍ଷରୁ ବିଶ୍ୱକପ୍ ଖେଳିଥିବା ଦେବାଶିଷଙ୍କ ଉପରେ ଭରସା କରିଥିଲା ବିସିସିଆଇ ସିଏସି। ଏହାପରେ ତାଙ୍କୁ ସିନିୟର ଚୟନକର୍ତ୍ତା ଭାବେ ନିଯୁକ୍ତି ମିଳିଛି।
ବିସିସିଆଇ ପ୍ୟାନେଲ ପକ୍ଷରୁ ଟ୍ୱିଟ୍ କରି ଏହି ବଡ଼ ଘୋଷଣା କରାଯାଇଛି। ପୂର୍ବତନ ପେସ୍ ବୋଲର ମଦନ ଲାଲଙ୍କ ନେତୃତ୍ୱାଧୀନ ବିସିସିଆଇ କ୍ରିକେଟ୍ କମିଟି (ସିଏସି) ଏହି ନିଯୁକ୍ତି କରିଛି। ମଦନ ଲାଲଙ୍କ ବ୍ୟତୀତ କମିଟିରେ ଆରପି ସିଂହ ଓ ସୁଲକ୍ଷଣା ନାଏକ ଅଛନ୍ତି।
Based on CAC’s recommendations Mr Chetan Sharma, Mr Abey Kuruvilla and Mr Debashish Mohanty have been appointed to the senior selection committee. Mr Sharma will be head the selection panel.
Details 👉 https://t.co/05nmQMBAVh pic.twitter.com/XIUDDiRGzY
— BCCI (@BCCI) December 24, 2020
ପୂର୍ବରୁ ଜୁନିୟର ଚୟନ କମିଟି ପ୍ୟାନେଲରେ ରହିଥିବା ଦେବାଶିଷଙ୍କର ୨ଟି ଟେଷ୍ଟ ସହିତ ୪୫ଟି ଦିନିକିଆ ଖେଳିବାର ଅଭିଜ୍ଞତା ରହିଛି। ସେ ଦିନିକିଆରେ ୫୭ ଏବଂ ଟେଷ୍ଟରେ ୪ଟି ୱିକେଟ୍ ନେଇଛନ୍ତି। ଏହା ବାଦ୍ ଦେବାଶିଷଙ୍କୁ ଓଡ଼ିଶା ରଣଜୀ ଦଳର କୋଚ୍ ନିଯୁକ୍ତ ମଧ୍ୟ ନିଯୁକ୍ତି ଦେଇଥିଲା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍।
ସେହିପରି ଚୟନ କମିଟି ଅଧ୍ୟକ୍ଷ ହୋଇଥିବା ଚେତନ ଶର୍ମା ଭାରତ ପକ୍ଷରୁ ୨୩ ଟେଷ୍ଟ ୬୫ ଦିନିକିଆ ଖେଳିଛନ୍ତି। ସେ ଜାତୀୟ ପୁରୁଷ ଦଳର ଚୟନକର୍ତ୍ତା ଅଧ୍ୟକ୍ଷ ଥିବା ସୁନୀଲ ଯୋଶୀଙ୍କ ସ୍ଥାନ ନେବେ। ସୁନୀଲ ଯୋଶୀଙ୍କ ସହ ହରବିନ୍ଦର ସିଂହ ଚୟନ କମିଟିର ସଦସ୍ୟ ରହିବେ।
ପୂର୍ବତନ ପେସ୍ ବୋଲର ଅଜିତ୍ ଅଗରକର, ନୟନ ମୋଙ୍ଗିଆ ଓ ଆବେ କୁରୁଭିଲ୍ଲା ୱେଷ୍ଟ ଜୋନ୍ ଚୟନ କମିଟି ପାଇଁ ଆବେଦନ କରିଥିଲେ। ସେହିପରି ଚେତନ ଶର୍ମାଙ୍କ ସହ ମନିନ୍ଦର ସିଂହ, ବିଜୟ ଦାହିୟା, ଅଜୟ ରାତ୍ରା ଓ ନିଖିଲ ଚୋପ୍ରା ନର୍ଥ ଜୋନ୍ ଏବଂ ଇଷ୍ଟଜୋନ୍ ପାଇଁ ଦେବାଶିଷ ଓ ଶିବସୁନ୍ଦରଙ୍କ ବ୍ୟତୀତ ରାଣାଦେବ ବୋଷ ଆବେଦନ କରିଥିଲେ।
ସୂଚନା ଥାଉକି ଦେବାଶିଷଙ୍କ ବ୍ୟତୀତ ଶିବସୁନ୍ଦର ଦାସ ମଧ୍ୟ ଚୟନ କମିଟି ସଦସ୍ୟ ପଦବୀ ପାଇଁ ଆବେଦନ କରିଥିଲେ।
ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୨୦ ଖେଳାଳି ମନୋନୀତ
ଅନ୍ୟପଟେ ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୨୦ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଶୁଭ୍ରାଂଶୁ ସେନାପତି ଅଧିନାୟକ, ରାଜେଶ ଧୂପର ଓ ପ୍ରବୀଣ ଲୋହା (WK), ବିପ୍ଳବ ସାମନ୍ତରାୟ, ଶାନ୍ତନୁ ମିଶ୍ର, ପ୍ରତୀକ ଦାସ, ଗୋବିନ୍ଦ ପୋଦ୍ଦାର, ଅଙ୍କିତ ଯାଦବ, ସୁକେଶ ହୀରା, ଗୌରବ ଚୌଧୁରୀ, ଆଦିତ୍ୟ ରାଉତ। ସେହିପରି ୱାଲଟର ଟପ୍ପୋ, ତାରିଣୀ ସା, ସୂଯର୍ୟକାନ୍ତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ପପୁ ରଏ, ଅଙ୍କିତ ଜୟସ୍ୱାଲ, ରାଜେଶ ମହାନ୍ତି, ସୁନୀଲ ରାଉଳ, ଆଶିଷ ରାୟ ମଧ୍ୟସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମନୋନୀତ ହୋଇଛନ୍ତି।