ଫର୍ମକୁ ଫେରିଲେ ଡି’କକ୍: ହାଇଦ୍ରାବାଦକୁ ୨୦୯ ରନ୍‌ର ଟାର୍ଗେଟ୍

ଦୁବାଇ: ଚଳିତ ଆଇପିଏଲର ୧୭ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ମୁମ୍ୱାଇ ପକ୍ଷରୁ ଦୁଇ ଓପ୍‌ନର୍ ଅଧିନାୟକ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ପାୱାରପ୍ଲେ ଭିତରେ ଆଉଟ ହୋଇ ପାଭିଲିଅନକୁ ଫେରିଆସିଥିଲେ। ପରେ ଡି କକ୍ ଏବଂ ଇଶାନ୍ କିଶାନ୍ ତୃତୀୟ ୱିକେଟ୍ ପାଇଁ ୭୮ ରନ୍‌ର ସହଭାଗୀତା ସହିତ ମୁମ୍ବାଇ ଇଣ୍ଡିଆନ୍ସର ଇନିଂସକୁ ଟ୍ରାକକୁ ଆଣିଥିଲେ।

ମନୀଷ ପାଣ୍ଡେଙ୍କ ଚମତ୍କାର କ୍ୟାଚ୍ ଯୋଗୁ ସନ୍ଦୀପ ଶର୍ମା ଇଶାନ୍ କିଶାନଙ୍କୁ ୩୧ ରନ୍‌ ଆଉଟ୍ କରି ଦେଇଥିଲେ। ଏହା ପୂର୍ବରୁ ଡି କକ୍ ଏହି ସିଜିନରେ ୩୨ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ସର୍ବାଧିକ ୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଦଳର ସ୍କୋର ୧୨୬ ଥିବା ବେଳେ ଡି’କକଙ୍କୁ ଆଉଟ୍ କରି ରଶିଦ୍ ଖାନ୍ ସନରାଇଜର୍ସକୁ ବଡ଼ ସଫଳତା ଦେଇଥିଲେ। ସ୍ଲଗ୍ ଓଭର ସ୍ପେଶାଲିଷ୍ଟ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡଙ୍କୁ ଦ୍ରୁତ ରନ୍ କରିବାରୁ ସନରାଇଜର୍ସ ହାଇଦ୍ରାବାଦ ରୋକିଥିଲା। କିନ୍ତୁ କୃନାଲ୍‌ ପାଣ୍ଡ୍ୟା ଶେଷ ୪ ବଲରେ ୨୦ ରନ୍ କରି ମୁମ୍ବାଇର ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ଏଥିସହ ମୁମ୍ୱାଇ ୨୦୮ ରନ୍ କରିବା ସହ ସନରାଇଜର୍ସ ହାଇଦ୍ରାବାଦକୁ ୨୦୯ ରନ୍‌ର ଟାର୍ଗେଟ୍ ଦେଇଛି ।

You might also like