ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ : ୪ଜଣ ଓଡ଼ିଆ ଖେଳାଳି ସାମିଲ୍‌

ନୂଆ ଦିଲ୍ଲୀ/ ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି।  ଭାରତୀୟ ମହିଳା ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ୪ ଜଣ ଖେଳାଳି। ସେମାନେ ହେଲେ ଦୀପ ଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ୍, ନମିତା ଟପ୍ପୋ ଓ ସୁନିତା ଲାକ୍ରା।

ବାଂଲାଦେଶ ଓ କୋରିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରି ସେମାନେ ଭାରତୀୟ ମହିଳା ହକି ଦଳରେ ସାମିଲ ହୋଇଛନ୍ତି।ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଏପ୍ରିଲ ୪ରୁ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଗତକାଲି ପୁରୁଷ ହକି ଦଳରେ ଅମିତ ରୋହିଦାସ ସ୍ଥାନ ପାଇଥିଲେ।

You might also like