ଚେନ୍ନାଇ ଜିତି ପ୍ଲେ ଅଫ୍‌ରୁ ପଞ୍ଜାବକୁ ବିଦା କଲା

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୩ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଚେନ୍ନାଇ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୫୩ ରନ୍‌ କରି ପାରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍‌ ଖେଳି ବିସ୍ପୋରକ ୬୨ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ପରେ କେଏଲ୍‌ ରାହୁଲ ୨୭ ବଲ୍‌ ଖେଳି ୨୯ ରନ୍‌ କରିଥିବାବେଳେ ମୟଙ୍କ ୧୫ ବଲ୍‌ରେ ୨୬ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ।

ସେହିପରି ଚେନ୍ନାଇ ଏହି ମ୍ୟାଚ୍‌କୁ ୯ ୱିକେଟ୍‌ରେ ପଞ୍ଜାବକୁ ହରାଇଛି। ଦଳ ପକ୍ଷରୁ ଋତୁରାଜ ଗାଇକ୍ୱାଡ ୪୯ ବଲ୍‌ ଖେଳି ସର୍ବାଧିକ ୬୨ ରନ୍‌ କରି ଅପରାଜିତ ଥିବାବେଳେ ଡୁ ପ୍ଲେସିସ୍ ୩୪ ବଲ୍‌ରେ ୪୮ ରନ୍ କରି ଆଉଟ୍‌ ହୋଇଥିଲେ। ଅମ୍ୱାତି ରାୟୁଡ଼ୁ ମଧ୍ୟ ୩୦ ବଲ୍‌ରେ ୩୦ ରନ୍‌ କରି ଅପରାଜିତ ରହିଥିଲେ।

ଦୁଇ ଦଳର ପ୍ଲେ ଅଫକୁ ଯିବା ପାଇଁ ୧୪ଟି ମ୍ୟାଚ୍‌ରୁ ଏହା ଅନ୍ତିମ ମ୍ୟାଚ୍‌ ଥିଲା। ପୂର୍ବରୁ ଚେନ୍ନାଇର ପ୍ଲେ ଅଫ୍‌ ଆଶା ମଉଳି ଯାଇଥିବାବେଳେ ପଞ୍ଜାବ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା।

କାରଣ ଦଳ ଏହା ପୂର୍ବରୁ ୧୩ଟି ମ୍ୟାଚ୍‌ ଖେଳି ୬ଟି ଜିତି ଥିଲା ଏବଂ ପଏଣ୍ଟ ଟେବୁଲ୍‌ରେ ୧୨ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଥିଲା। ଏହି ମ୍ୟାଚ୍‌ ଜିତି ଦଳ ୧୪ ପଏଣ୍ଟ ସହ ପ୍ଲେ ଅଫରେ ଖେଳିବାର ଆଶା ରଖିଥିଲା। ତେବେ ଚେନ୍ନାଇ ଏହି ମ୍ୟାଚ୍‌ ଜିତିବା ସହ ପଞ୍ଜାବର ଶେଷ ଆଶା ମଉଳି ଯାଇଛି।

 

ଆହୁରି ପଢ଼ନ୍ତୁ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

You might also like