• translate
Satyendu Shekher Mishra

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପୂର୍ବରୁ ଶୁକ୍ରବାର ସାଉଥମ୍ପଟନରେ ଖବ୍ ଅଭ୍ୟାସ କରିଛି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଏବେ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏଥିପାଇଁ ଖେଳାଳିମାନେ କଠିନ ଅଭ୍ୟାସ କରିବାରେ ବ୍ୟସ୍ତ ଅଛନ୍ତି । ବିସିସିଆଇ ପକ୍ଷରୁ କିଛି ଫଟୋ ପୋଷ୍ଟ କରାଯାଇଥିଲା, ​​ଯେଉଁଥିରେ ଖେଳାଳିମାନେ ନିଜକୁ ପ୍ରସ୍ତୁତ କରିବା ପାଇଁ ଏକ ଇଣ୍ଟ୍ରା-ସ୍କ୍ୱାଡ୍ ମ୍ୟାଚ୍ ଖେଳୁଥିବା ଦେଖାଯାଇଥିଲା ।

କୌଣସି ଅଭ୍ୟାସ ମ୍ୟାଚ୍ ବିନା ଟିମ୍ ଇଣ୍ଡିଆ ଏଥର ସିଧାସଳଖ ଫାଇନାଲ ମ୍ୟାଚ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ । ଭାରତୀୟ ଖେଳାଳିମାନେ ପ୍ରଥମେ ମୁମ୍ବାଇରେ ଆଇସୋଲେସନରେ ରହିଥିଲେ ଏବଂ ପରେ ଇଂଲଣ୍ଡ ଆସି ସେଠାରେ ମଧ୍ୟ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିଲା । ଖେଳାଳିମାନଙ୍କୁ ପ୍ରଥମ ତିନି ଦିନ ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ଭେଟିବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା । ୧୮ ଜୁନ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍‌ ଖେଳିବା ପୂର୍ବରୁ ଭାରତୀୟ ଦଳ ଏବେ କଠିନ ପରିଶ୍ରମ କରୁଥିବା ଦେଖାଯାଉଛି ।

ନେଟ୍ ଅଭ୍ୟାସ ବେଳେ ଖେଳାଳିଙ୍କ ଆଉ ଏକ ଭିଡିଓ ବିସିସିଆଇ ଟ୍ୱିଟ୍ କରିଛି । ଏହି ଭିଡିଓରେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋଷଭ ପନ୍ତ ଏବଂ ଅଧିନାୟକ ବିରାଟ କୋହଲି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।

ପେସର ଜସପ୍ରୀତ ବୁମରାହ, ମହମ୍ମଦ ଶାମି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ବୋଲରମାନେ ମଧ୍ୟ କଠିନ କରିଶ୍ରମ କରୁଛନ୍ତି । ବିସିସିଆଇ ଟ୍ୱିଟ୍ କରି କହିଛି ଯେ ଟିମ୍ ଇଣ୍ଡିଆ ଡବ୍ଲୁଟିଏସି ଫାଇନାଲ୍ ପାଇଁ ପ୍ରସ୍ତୁତ ହେଉଛି । ଏହି ଭିଡିଓରେ ଋଷଭ ପନ୍ତ ବଡ ସଟ ଖେଳୁଥିବା ନଜର ଆସିଥିଲେ ।

Other Stories