ସୋସିଆଲ ମିଡିଆରେ ବିରାଟଙ୍କୁ ଟ୍ରୋଲ, କହିଲେ ସେ ଅଣ୍ଡା ଖାଆନ୍ତି..

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିକଟରେ ସେ ଫ୍ୟାନମାନଙ୍କ ସହ ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଫ୍ୟାନମାନେ କୋହଲିଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚାରିଥିଲେ । ବିଶେଷ କରି ତାଙ୍କ ଡାଏଟଠାରୁ ଆରମ୍ଭ କରି ଶେଷ ଜିନିଷ ଗୁଗୁଲରେ ସେ କ’ଣ ସର୍ଚ୍ଚ କରିଥିଲେ ସେନେଇ ମଧ୍ୟ ଫ୍ୟାନମାନେ ପ୍ରଶ୍ନ କରିଥିଲେ । ହେଲେ ଜଣେ ଫ୍ୟାନ ପଚାରିଥିଲେ ତାଙ୍କର ଡାଏଟ୍ କ’ଣ ? ସେ ଉତ୍ତର ଦେଇଥିଲେ ଯେ ସେ ବହୁତ ପନିପରିବା, କିଛି ଅଣ୍ଡା, ୨ କପ୍ କଫି, ମସୁର ଡାଲି, ପାଳଙ୍ଗ ସାଗ, ଦୋସା ଆଦି ପସନ୍ଦ କରନ୍ତି, କିନ୍ତୁ ସୀମିତ ପରିମାଣରେ ।

ଯେତେବେଳେ ବିରାଟ କୋହଲି କହିଥିଲେ ଯେ, ସେ ଡାଏଟରେ ଅଣ୍ଡା ଖାଆନ୍ତି, ସେତେବେଳେ ତାଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ କରାଯାଇଥିଲା । କିଛି ୟୁଜର୍ସ ଲେଖିଥିଲେ ଯେ, ସେ ତ ନିଜକୁ ଭେଜିଟେରିଆନ୍ ବୋଲି କୁହନ୍ତି, ତେବେ ଅଣ୍ଡା କେମିତି ଖାଇଲେ ? ଆଉ ଜଣେ ୟୁଜର ଲେଖିଛନ୍ତି ଯେ, କୋହଲି ସବୁବେଳେ କୁହନ୍ତି ଯେ ସେ ଭେଜିଟେରିଆନ, କିନ୍ତୁ ଏବେ କହିଛନ୍ତି ଯେ ତାଙ୍କ ଖାଦ୍ୟରେ ଅଣ୍ଡା ମଧ୍ୟ ସାମିଲ । ଏକଥା ମତେ ଆଶ୍ଚର୍ଯ୍ୟ କରୁଛି । ସେହିଭଳି ଆଉଜଣେ ଲେଖିଛନ୍ତି ଯେ କୋହଲି ଶାକାହାରି ସତ କିନ୍ତୁ ଏଥିରୁ ସ୍ପଷ୍ଟ ଯେ ଅଣ୍ଡା ଆମିଷରେ ଯାଉନି । ଅଣ୍ଡା ଆପଣଙ୍କୁ ଅଧିକ ଶକ୍ତି ଦେଇଥାଏ ।

କୋହଲି ବର୍ତ୍ତମାନ ମୁମ୍ବାଇରେ କ୍ୱାରେଣ୍ଟାଇନ

ଏବେ ବିରାଟ କୋହଲି ଟ୍ରୋଲରମାନଙ୍କୁ ଜବାବ ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ କେବେବି ନିଜକୁ ଶାକାହାରି ବୋଲି ଦାବି କରି ନାହିଁ । ଶାକାହାରୀ ହେବା ବିଷୟରେ ସବୁବେଳେ କହିଥିଏ । ଏକ ଦୀର୍ଘ ନିଶ୍ୱାସ ନିଅନ୍ତୁ ଏବଂ ପନିପରିବା ଖାଆନ୍ତୁ (ଯଦି ଆପଣ ଚାହାନ୍ତି)। ଟିମ୍ ଇଣ୍ଡିଆ ଏବେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତ ହେଉଛି । ଦଳ ଜୁନ୍ ୨ରେ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ବିପକ୍ଷରେ ଭାରତ ସେଠାରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

You might also like