ଭାରତୀୟ ଖେଳାଳିଙ୍କୁ କେବଳ କୋଭିସିଲ୍ଡ ଟିକା ନେବାକୁ ପରାମର୍ଶ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ସମୟ ପୂର୍ବରୁ ଶେଷ ହୋଇଯାଇଛି । ଏବେ ଭାରତୀୟ ଖେଳାଳିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବାକୁ ଇଂଲଣ୍ଡ ଯିବାକୁ ପଡିବ । ଏହାପୂର୍ବରୁ ଭାରତୀୟ ଖେଳାଳିମାନେ ନିଜ ପରିବାର ସହିତ ସମୟ ବିତାଇପାରିବେ । ତେବେ ଭାରତୀୟ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯିବା ପୂର୍ବରୁ କରୋନା ଟିକା ନେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିଙ୍କୁ କୋଭିସିଲ୍ଡ ଟିକା ଦିଆଯାଇପାରେ। ଭାରତ ସରକାରଙ୍କ ପକ୍ଷରୁ ମେ ୧‘ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ ଆରମ୍ଭ ହୋଇଯାଇଛି । ଏହି ବର୍ଗରେ ଭାରତୀୟ ଖେଳାଳିମାନେ ମଧ୍ୟ ଆସୁଛନ୍ତି । ତେବେ ପୂର୍ବରୁ ଆଇପିଏଲ ଚାଲିଥିବା ସମୟରେ ଖେଳାଳିଙ୍କୁ ଟିକା ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଆଇପିଏଲ ସ୍ଥଗିତ ହୋଇଯିବା କାରଣରୁ ଏହି ଯୋଜନା ପଣ୍ଡ ହୋଇଗଲା ।

SOURCE: DNA INDIA

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳିବାକୁ ଯିବା ପୂର୍ବରୁ ଭାରତୀୟ କ୍ରିକେଟରମାନଙ୍କୁ ଟୀକାକରଣ ପାଇଁ ବିସିସିଆଇର କିଛି ଯୋଜନା ଅଛି କି ?

ଏହି ପ୍ରଶ୍ନର ଉତ୍ତରରେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଏବେ ଖେଳାଳିଙ୍କ ପାଖରେ ସମୟ ଅଛି । ସେମାନେ ବ୍ୟକ୍ତିଗତ ଭାବରେ ନିଜର ଟୀକାକରଣ କରିପାରିବେ । କାରଣ ରାଜ୍ୟ ସରକାରମାନେ ଏହା କରୁଛନ୍ତି । ସବୁ ଖେଳାଳି ନିଜ ନିଜ ଘରକୁ ଯାଇସାରିଛନ୍ତି । ତେଣୁ ଏହା ତାଙ୍କ ପାଇଁ ସହଜ ହେବ । ‘ତେବେ ଖେଳାଳିମାନଙ୍କୁ କେବଳ କୋଭିସିଲ୍ଡ ଟିକା ନେବା  ପାଇଁ ପରାମର୍ଶ ଦିଆଯାଇଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଏବଂ ଇଂଲଣ୍ଡ ସିରିଜର ଅଂଶ ହେବାକୁ ଯାଉଥିବା କ୍ରିକେଟରଙ୍କ ପାଇଁ ଏହା ଜରୁରୀ । କାରଣ ଯଦି ସେମାନେ କୋଭିସିଲ୍ଡର ପ୍ରଥମ ଡୋଜ ଭାରତରେ ନିଅନ୍ତି ତେବେ ଦ୍ୱିତୀୟ ଡୋଜ୍ ନେବାକୁ ସେମାନଙ୍କର ପାଖରେ ସମୟ ନଥିବ । ଯେହେତୁ କୋଭିସିଲ୍ଡ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ଟିକା ତେଣୁ ଏହା ଇଂଲଣ୍ଡରେ ମଧ୍ୟ ସହଜରେ ଉପଲବ୍ଧ ହେବ । ଆଉ ଖେଳାଳିମାନେ ସେଠାରେ ଦ୍ୱିତୀୟ ଡୋଜ ନେଇପାରିବେ ।

କୋଭିଡ -୧୯ ଟୀକାକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ, କରୋନା ଭାଇରସ୍‌ର କୌଣସି ବି ଟିକା ଦୁଇ ଡୋଜ ନେବା ବାଧ୍ୟତାମୂଳକ । ଯଦି କେହି କୋଭାକ୍ସିନର ପ୍ରଥମ ଡୋଜ ନେଇଛନ୍ତି, ତେବେ ତାଙ୍କୁ ଦ୍ୱିତୀୟ ଡୋଜ ମଧ୍ୟ କୋଭାକ୍ସିନର ହିଁ ନେବାକୁ ପଡିବ । ଏଥିପାଇଁ ଭାରତୀୟ ଖେଳାଳିଙ୍କୁ କୋଭିସିଲ୍ଡ ଟିକା ନେବାକୁ ପରାମର୍ଶ ଦିଆଯାଇଛି । ସେମାନେ ଭାରତରେ ଏହାର ପ୍ରଥମ ଡୋଜ ନେଳେ ଦ୍ୱିତୀୟ ଡୋଜ ଇଂଲଣ୍ଡରେ ସହଜରେ ପାଇପାରିବେ । ଭାରତୀୟ ଦଳ ପାଖା ପାଖି ୪ ମାସ ପର୍ଯ୍ୟନ୍ତ ଇଂଲଣ୍ଡରେ ରହିବ ।

You might also like