IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ଆବୁଧାବି: ସୁପର ସଣ୍ଡେରେ ସୁପର ସୋ। ଗତକାଲି ଆଇପିଏଲ ମ୍ୟାଚରେ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଗତକାଲି   ପ୍ରଥମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି । କୋଲକତା ପ୍ରଥମେ ବ୍ୟାଟିଂ କରି ୫ ଉଇକେଟ ହରାଇ ୧୬୩ରନ କରିଥିଲା ।

ଜବାବରେ ଡାଭିଡ୍ ୱାର୍ଣ୍ଣରଙ୍କ ଅପରାଜିତ ୪୮ରନ ସତ୍ତ୍ୱେ ସନରାଇଜର୍ସ ୬ଉଇକେଟ ହରାଇ ସମାନ ୧୬୩ରନ କରିଥିଲା ।ଏହାପରେ ସୁପର ଓଭର ଖେଳାଯାଇଥିଲା ଏଥିରେ ଫର୍ଗୁସନଙ୍କ ବୋଲିଂ ଆଗରେ ହାଇଦ୍ରାବାଦ ଫିକା ପଡିଯାଇଥିଲା । ଫର୍ଗୁସନ୍ ସୁପର ଓଭରରେ ଡେଭିଡ୍ ୱାର୍ନର ଓ ଅବଦୁଲ ସମଦଙ୍କୁ ଆଉଟ କରିଥିଲେ। ବିଜୟ ସହ କୋଲକତା ପଏଣ୍ଟ ଟେବୁଲରେ ଚତୁର୍ଥସ୍ଥାନକୁ ଉଠିଥିବା ବେଳେ ହାଇଦ୍ରାବାଦ ପଞ୍ଚମ ସ୍ଥାନକୁ ଖସିଛି।

ପ୍ରଥମ ମ୍ୟାଚ ପରି ଦ୍ୱିତୀୟ ମ୍ୟାଚ ମଧ୍ୟ ସୁପର ଓଭରରେ ଫଇସଲା ହୋଇଥିଲା । ଏଥିପାଇଁ କିନ୍ତୁ ଦୁଇଟି ସୁପର ଓଭର ମ୍ୟାଚ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ୍ ପଂଜାବ ଆଗରେ ୧୭୭ରନର ବିଜୟ ଲକ୍ଷ୍ୟ ରଖିଥିଲା । ଗୋଟିଏ ସମୟରେ ପଂଜାବ ନିଶ୍ଚିତ ବିଜୟ ଆଡକୁ ଯାଉଥିବା ବେଳେ ମୁମ୍ବାଇ ମାପଚୁପ ବୋଲିଂ କରି ଦଳକୁ ଅଡୁଆରେ ପକାଇଥିଲା । ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର ଖେଳାଯାଇଥିଲା।

ଶେଷ ଓଭରରେ ପଞ୍ଜାବକୁ ଜିତିବା ପାଇଁ ଆଉ ମାତ୍ର ୯ ରନ୍‌ର ଆବଶ୍ୟକତା ଥିଲା। କ୍ରିଜ୍‌ରେ ଥିଲେ ଜାର୍ଡନ ଏବଂ ଦୀପକ ହୁଡା।  ମୁମ୍ବାଇ ପକ୍ଷରୁ ବୋଲିଂ କରୁଥିଲେ ଟ୍ରେଣ୍ଟ ବୋଲ୍‌ଟ। ପଞ୍ଜବ ହାତରେ ୫ ୱିକେଟ ଥିଲେ ବି ଲକ୍ଷ୍ୟ ହାସଲ କରିବା ତାଙ୍କ ପାଇଁ କଷ୍ଟକର ନ ଥିଲା। ଜାର୍ଡନ ୨ୟ ବଲରେ ୪ କରିବା ସହ, ପ୍ରଥମ ତିନୋଟି ବଲ୍‌ରେ ୬ ରନ୍ କରିପାରି ଥିଲେ। ଏହା ପରେ ଜିତିବା ପାଇଁ ଆଉ ମାତ୍ର ୩ ବଲ୍‌ରେ ୩ ରନ୍‌ର ଆବଶ୍ୟକତା ଥିଲା। ଶେଷ ବଲ୍‌ରେ ପଞ୍ଜାବ ପାଇଁ ଲୋଡା ଥିଲା ୨ ରନ୍‌ । ଶେଷବଲ୍‌ରେ ଜାର୍ଡନ ଏବଂ ହୁଡା ଗୋଟିଏ ରନ୍‌ କରିଦେଲେ। ଏବେ ଆଉ ଗୋଟିଏ ରନ୍‌ର ଆବଶ୍ୟକତା ଥିଲା। ଏହା ମଧ୍ୟ ହୋଇଯାଇଥାନ୍ତା। କିନ୍ତୁ ଜାର୍ଡନ ପିଚ୍‌ ସିଧା ନ ଦୌଡି ଦୂରରୁ ରନ୍‌ ପୂରା କରିବା ଚକ୍କରରେ ଫସିଗଲେ। ଶେଷରେ କ୍ରିଜ୍‌ଠାରୁ ଆଉ ମାତ୍ର ୩ ଇଞ୍ଚ ଦୂରରେ ରହି ଯାଇଥିଲେ। ଏହି ୩ ଇଞ୍ଚର ଦୂରତା ଟିମ୍‌କୁ ଫସାଇ ଦେଲା।

ପ୍ରଥମ ସୁପର ଓଭରରେ ମୁମ୍ବାଇକୁ ମାତ୍ର ୬ ରନର ଲକ୍ଷ୍ୟ ମିଳିଥିଲା। ଏହି ଓଭର ମଧ୍ୟ ଖୁବ ନାଟକୀୟ ଥିଲା। ମୁମ୍ବାଇକୁ ଜିତିବା ପାଇଁ ଗୋଟିଏ ବଲ୍‌ରେ ୨ଟି ରନ୍‌ର ଆବଶ୍ୟକ ଥିଲା। କ୍ୱିଟନ ଡିକାକ୍‌ ଗୋଟିଏ ରନ କରିବା ପରେ ୨ୟ ରନ୍‌ରେ ରନ୍‌ ଆଉଟ ହୋଇଗଲେ। ଏହାପରେ ପୁଣି ୨ୟ ସୁପର ଓଭର ଖେଳିବାକୁ ପଡ଼ିଲା।

୨ୟ ସୁପର ଓଭରରେ ମୁମ୍ବାଇ ୧୧ ରନ୍‌ କରିଥିବାବେଳେ ପଞ୍ଜାବ ୧୨ ରନ୍‌ ଲକ୍ଷ୍ୟ ନେଇ ଖେଳିବାକୁ ଆସିଥିଲା। କ୍ରିସ୍‌ ଗେଲ୍‌ ଏବଂ ମୟଙ୍କ ଅଗ୍ରୱାଲ ବ୍ୟାଟିଂ କରିବାକୁ ଆସି ୪ର୍ଥ ବଲରେ ଦଳକୁ ଜିତାଇ ଦେଇଥିଲେ।

ଆଜି ଆବୁଧାବିରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲସକୁ ଭେଟିବ।

You might also like